Latest Odisha News

BREAKING NEWS

ଏନସିଇଆରଟି ପୁସ୍ତକରୁ ହଟା ଯାଇଥିବା ଗୁଜୁରାଟ ଦଙ୍ଗା ଏବଂ ମହାତ୍ମା ଗାନ୍ଧୀଙ୍କ ହତ୍ୟା ଭଳି ଅଧ୍ୟାୟକୁ ପୁଣି ଥରେ ସାମିଲ କରିବେ କେରଳ ସରକାର

ଥିରୁ୍ଅନନ୍ତପୁରମ: କେରଳରେ ପୁଣିଥରେ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଗାନ୍ଧୀଙ୍କ ହତ୍ୟା ଏବଂ ଗୁଜରାଟ ଦଙ୍ଗା ପରି ଘଟଣା । ମୋଗଲ ଇତିହାସ ସମେତ ଏସବୁ ବିଷୟକୁ ପୁଣି ପଢିବେ ସ୍କୁଲ ଛାତ୍ରଛାତ୍ରୀ । ଏନସିଇଆରଟି ପୁସ୍ତକରୁ ଏହି ସବୁ ବିଷୟକୁ ବାଦ ଦିଆଯାଇଥିଲା । ହେଲେ କେରଳ ସରକାର ଏହି ସବୁ ବିଷୟକୁ  ପାଠ୍ୟ ପୁସ୍ତକରେ  ସାମିଲ କରିବେ ଏବଂ ସ୍କୁଲ ପିଲାଙ୍କୁ ଏହି ପୁସ୍ତକସବୁ ବାଣ୍ଟିବେ । ଓଣମ ପରେ ଅର୍ଥାତ ସେପ୍ଟେମ୍ବରରେ ସ୍କୁଲ ପିଲାଙ୍କୁ ଏହି ସପ୍ଲିମେଣ୍ଟାରୀ ପୁସ୍ତକ ଦିଆଯିବ ।

କିଛି ମାସ ତଳେ ପାଠ୍ୟକ୍ରମ ସଞ୍ଚାଳନ ସମିତିର ଏକ ବୈଠକ ହୋଇଥିଲା, ଓ ରାଜ୍ୟସରକାରଙ୍କ ପରାମର୍ଶ କ୍ରମେ ହଟାଯାଇଥିବା ସବୁ ବିଷୟ ଗୁଡିକୁ ପୁଣି ଥରେ ସାମିଲ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା  । କେରଳ ଶିକ୍ଷା ବିଭାଗ ଦ୍ୱାରା ଅନ୍ତର୍ଭୁକ୍ତ ବିବାଦୀୟ ଅଧ୍ୟାୟରେ 2002 ଗୁଜୁରାଟ ଦଙ୍ଗା, ମୋଗଲ ସାମ୍ରାଜ୍ୟର ଇତିହାସ, ଆରଏସଏସ ଉପରେ ପ୍ରତିବନ୍ଧକ ଏବଂ ମହାତ୍ମା ଗାନ୍ଧୀଙ୍କ ହତ୍ୟା ଭଳି ବିଭାଗ ଗୁଡିକ NCERT ଦ୍ୱାରା ସିଲାବସ୍ରୁ ବାହାର କରାଯାଇଥିଲା  ।

ଏହି ଅଧ୍ୟାୟଗୁଡ଼ିକ ପୁଣି ଥରେ କେରଳ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲରେ ପଢାଯିବ ।  ପୁସ୍ତକଗୁଡ଼ିକ ପ୍ରସ୍ତୁତ ହୋଇସାରିଛି ଏବଂ ସେପ୍ଟେମ୍ବର ମାସରୁ ଏହି ପୁସ୍ତକଗୁଡ଼ିକ ପିଲାମାନଙ୍କୁ ଅଧ୍ୟୟନ ପାଇଁ ବଣ୍ଟନ କରାଯିବ  । ସାଧାରଣ ଶିକ୍ଷା ମନ୍ତ୍ରୀ ଭି ସିଭାନକ୍ୟୁଟି କହିଛନ୍ତି ଯେ NCERT ପାଠ୍ୟ ପୁସ୍ତକରୁ ଅପସାରିତ ସିଲାବସ୍ ଅନ୍ତର୍ଭୁକ୍ତ ନୂତନ ପାଠ୍ୟ ପୁସ୍ତକ କେରଳର ବିଦ୍ୟାଳୟରେ ଉପଲବ୍ଧ ହେବ।

Comments are closed.