Latest Odisha News

ବିଶ୍ୱକପ ଖେଳିବା ପାଇଁ ଅବସର ନିଷ୍ପତିରୁ ଓହରିବେ ଷ୍ଟୋକ୍ସ

ଲଣ୍ଡନ: ଇଂଲଣ୍ଡ ଟେଷ୍ଟ ଟିମ ଅଧିନାୟକ ବେନ ଷ୍ଟୋକ୍ସ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ଖେଳିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଏପରିକି ସେ ଏଥିପାଇଁ ଅବସର ନିଷ୍ପତିରୁ ଓହରିବା ପାଇଁ ଯୋଜନା କରୁଥିବା ଦି ଟେଲିଗ୍ରାଫରେ ରିପୋର୍ଟ ପ୍ରକାଶ ପାଇଛି । ଆଇପିଏଲରେ ଷ୍ଟୋକ୍ସ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିଲେ ମଧ୍ୟ ଏଥର ବିଶ୍ୱକପକୁ ଦୃଷ୍ଟିରେ ରଖି ଖେଳି ନପାରନ୍ତି । ଇଂଲଣ୍ଡ କିପରି ବିଶ୍ୱକପ ଟ୍ରଫି ବଜାୟ ରଖିବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏପରିକି ସେ ତାଙ୍କ ଅବସର ନିଷ୍ପତିରୁ ମଧ୍ୟ ଓହରି ପାରନ୍ତି ବୋଲି ଖବର ପ୍ରକାଶ ପାଇଛି ।

୨୦୧୯ରେ ଇଂଲଣ୍ଡ ଦିନିକିଆ ବିଶ୍ୱକପ ଜିତିଥିଲା । ଆସନ୍ତା ବର୍ଷ ଭାରତ ଗସ୍ତରେ ଆସିବ ଇଂଲଣ୍ଡ । ଏହି ଗସ୍ତରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହା ପରେ ଆଇପିଏଲ ନ ଖେଳି ସେ ତାଙ୍କ ଆଂଠୁ ସର୍ଜରୀ କରାଇନେବା ପାଇଁ ଚାହୁଁଛନ୍ତି ବୋଲି ଉଲ୍ଲେଖ ରହିଛି । ୨୦୧୯ ବିଶ୍ୱକପରେ ଷ୍ଟୋକ୍ସ ୧୧ ମ୍ୟାଚରେ ୪୬୫ ରନ କରିଥିଲେ ।

Comments are closed.