Latest Odisha News

BREAKING NEWS

ଅହିରାଜ ମଥାରେ ଚୁମ୍ବନ ଦେଉଥିଲେ ଯୁବକ, ଆଉ ତା’ପରେ…

ନାଗ ସହିତ ନଖରାମି !  ଦୁଃସାହସ ନା ପାଗଳାମି ? କ’ଣ କୁହାଯିବ ? ଯାହା ବି ହେଉଏ ଅହିରାଜ ମଥାରେ ଚୁମ୍ବନ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଯେତେବେଳେ ଆମେ ସାପର କଥା ଶୁଣିଥାଉ, ସାଧାରଣତଃ ଭୟଭୀତ ହେବାଟା ସ୍ୱାଭାବିକ । କିନ୍ତୁ, କିଛି ସାହସୀ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ସେମିତି ଭୟ ନଥାଏ। ସେମାନେ ସରୀସୃପମାନଙ୍କୁ ଭୟ କରିନଥାନ୍ତି, ବରଂ ସେମାନଙ୍କ ସହ ଖେଳିଥାନ୍ତି। ସାପ ସହିତ ମଧ୍ୟ କିଛି ଲୋକଙ୍କୁ ଖେଳିବା ପାଇଁ ଭଲ ଲାଗେ । ସେହିପରି ଜଣେ ବ୍ୟକ୍ତି ହେଉଛନ୍ତି ମାଇକ୍ ହୋଲଷ୍ଟନ୍, ଯିଏ ବନ୍ୟଜନ୍ତୁ ସହିତ ତାଙ୍କର ବିଭିନ୍ନ ପ୍ରକାରର ଭିଡିଓକୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଥାନ୍ତି। ନିକଟରେ ସେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଦୁନିଆର ସବୁଠାରୁ ବିଷାକ୍ତ ସାପ ଅହିରାଜ ମୁଣ୍ଡରେ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି। ତେବେ ଭିଡିଓରେ, ହୋଲଷ୍ଟନ୍ ଚୁମ୍ବନ ଦେବା ପାଇଁ ଧୀରେ ଧୀରେ ସାପ ଆଡକୁ ଗତି କରୁଛନ୍ତି। କିଛି ସମୟ ପରେ, ସେ ଅହିରାଜ ସାପ ମୁଣ୍ଡରେ ଚୁମ୍ବନ ମଧ୍ୟ କରୁଛନ୍ତି ଏବଂ ତା’ପରେ ସେ ଟିକେ ପଛକୁ ଯାଇ କ୍ୟାମେରାକୁ ଚାହିଁ ହସୁଛନ୍ତି।

ସେ ଭିଡ଼ିଓଟି ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ, ଏହି ସାପ ଭିତରେ ଏତେ ବିଷ ଅଛି ଯେ ଏହା ଥରେ କାମୁଡ଼ିଲେ ୧୦, ୦୦୦ ହାତୀଙ୍କୁ ମାରି ଦେଇପାରେ। ସେୟାର୍ ହେବା ପରେ ଭିଡିଓକୁ ୨୮,୦୦୦ ରୁ ଅଧିକ ଲୋକେ ଲାଇକ୍ କରିଲେଣି । ଭିଡିଓଟି ଏବେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି, ଅନେକ ଲୋକ ମନ୍ତବ୍ୟରେ ନିଜର ଭୟପ୍ରକାଶ କରିଛନ୍ତି।

କିଛି ଲୋକ ମାଇକ୍ ହୋଲଷ୍ଟନଙ୍କ ବିଷୟରେ ଚିନ୍ତା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। କାରଣ ଅହିରାଜ ଦୁନିଆର ସବୁଠାରୁ ବିଷାକ୍ତ ସାପ ମଧ୍ୟରୁ ଅନ୍ୟତମ। ନ୍ୟାସନାଲ୍ ଜିଓଗ୍ରାଫିକ୍ ୱେବସାଇଟ୍ ଅନୁଯାୟୀ, ଜଣେ ବୟସ୍କ ଅହିରାଜର ଲମ୍ବ ୧୦ ରୁ ୧୨ ଫୁଟ ଏବଂ ଓଜନ ୯ ରୁ ୧୦ କିଲୋଗ୍ରାମ ହୋଇପାରେ। ତେଣୁ ଏମିତି ଦୁଃସାହସିକ କାର୍ଯ୍ୟକୁ ନିଜର ମୁର୍ଖାମୀ ବା ପାଗଳାମି ବୋଲି କହିବା ସହିତ ଏମିତି ନକରିବା ପାଇଁ ଅନେକ ଲୋକ ମତ ବ୍ୟକ୍ତ କରିଛନ୍ତି ।

 

View this post on Instagram

 

A post shared by Mike Holston (@therealtarzann)

Comments are closed.