Latest Odisha News

BREAKING NEWS

ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳିତ: ପଶୁପତିନାଥ ମନ୍ଦିରରେ କରାଗଲା ଦୁବ ଅଭିଷେକ

ମଧ୍ୟପ୍ରଦେଶ: ନିଆରା ଢଙ୍ଗରେ ପାଳିତ ହେଲା ସ୍ୱାଧୀନତା ଦିବସ । ମଧ୍ୟପ୍ରଦେଶରେ ଥିବା ପଶୁପତିନାଥ ମନ୍ଦିରରେ ଦୁବ ଅଭିଷେକ କରାଯାଇ ମଙ୍ଗଳବାର ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଏହି ସମୟରେ ଭକ୍ତମାନେ ଦେଶର ସମୃଦ୍ଧି ଏବଂ ସୁଖଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ଏଠାରେ ଦୁବ ଅଭିଷେକଏକ ନିଆରା ପରମ୍ପରା, ଯାହାକି ୩୮ ବର୍ଷ ଧରି ପାଳିତ ହୋଇଆସୁଛି ।

ମଧ୍ୟପ୍ରଦେଶର ମନ୍ଦସୋରରେ ରହିଛି ଅଷ୍ଟା ମୁଖୀ ପ୍ରଭୁ ପଶୁପତିନାଥ ମନ୍ଦିର । ୧୯୮୫ ମସିହାରେ ଏହି ମନ୍ଦିରରେ ଦୁବ ଅଭିଷେକ ଆରମ୍ଭ ହୋଇଥିଲା । କେବଳ ୨ରୁ ୩ କୁଇଣ୍ଟାଲ ଦୁବରେ ଭଗବାନଙ୍କ ଦୁବ ଅଭିଷେକ କରାଯାଇଥିଲା । ଅଷ୍ଟା ମୁଖୀ ପ୍ରଭୁ ପଶୁପତିନାଥ ମନ୍ଦିରର ପୁରୋହିତ ପଣ୍ଡିତ ଉମେଶ ଯୋଶୀ କହିଛନ୍ତି ଯେ, ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମ ଦେଶ ସ୍ୱାଧୀନ ହୋଇଥିଲା । ସେଦିନ ଶ୍ରାବଣ ମାସ କୃଷ୍ଣ ପାକ୍ ଚତୁୁର୍ଦଶୀ ଥିଲା । ସେବେଠାରୁ ପରମ୍ପରା ଅନୁଯାୟୀ ପଶୁପତିନାଥ ମନ୍ଦିରରେ ଦୁବ ଅଭିଷେକ କରାଯାଇ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଦେଶବାସୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରାଯାଇଥିଲା ।

ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳନ କରାଯାଉଥିବାରୁ ଏହି ଦିନ ଏଠାରେ ଭକ୍ତଙ୍କ ଭିଡ଼ ଜମେ । ଅନେକଙ୍କ ମତରେ ସାରା ଦେଶରେ ଏହା ହେଉଛି ଏକ ନିଆରା ପରମ୍ପରା । ଯାହା ରାଷ୍ଟ୍ର ନିର୍ମାଣ ଓ ରାଷ୍ଟ୍ରର ଉନ୍ନତି ପାଇଁ ଉତ୍ସାହିତ କରିଥାଏ । ତେଣୁ ଏହାକୁ ନିଜ ନିଜ ଢଙ୍ଗରେ ବିଭିନ୍ନ ମନ୍ଦିରରେ ପାଳନ କରାଯିବା ଦରକାର । ଏହା ଯୁବପିଢୀଙ୍କୁ ଦେଶ ପ୍ରେମ ପାଇଁ ଉତ୍ସାହିତ କରିବ ।

Comments are closed.