Latest Odisha News

BREAKING NEWS

ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ: ୨୬ କିଲୋମିଟରରେ ହେବ ୨୦ଟି ଷ୍ଟେସନ

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର । ଏହି  ପ୍ରକଳ୍ପ ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ବିସ୍ତୁତ ପ୍ରକଳ୍ପ ରିପୋର୍ଟ ବା’ ଡିପିଆର । ଏହି ଡିପିଆର ଅନୁଯାୟୀ,ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ମୋଟ୍ ୨୬ କିଲୋମିଟର ପର୍ଯ୍ୟନ୍ତ ଚାଲିବ । ଏହିରେ ୨୬ କିଲୋମିଟର ରାସ୍ତାରେ ୨୦ଟି ଷ୍ଟେସନ୍ ରହିବ ।

ରିପୋର୍ଟ ଅନୁସାରେ, ମେଟ୍ରୋ ଟ୍ରେନ୍ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କଟକର ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଚାଲିବ । ଏହାରି ଭିତରେ କ୍ୟାପିଟାଲ ହସ୍ପିଟାଲ,  ଶିଶୁ ଭବନ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଂଟର ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁ, ନନ୍ଦନକାନନ ପ୍ରାଣୀ ଉଦ୍ୟନ ଆଦି ସ୍ଥାନରେ ରହିବ ମେଟ୍ରୋ ଟ୍ରେନ୍ ।

  ସୂଚନା ଅନୁସାରେ, ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନଗମକୁ ଦାୟିତ୍ୱ ଦିଆଯାଇଥିଲା ।  ଏହାକୁ ଦୃଷ୍ଟିରେ ରଖି, ଭୁବନେଶ୍ୱରରେ ଟ୍ରାଫିକ୍ ସର୍ଭେ, ଟୋପାଗ୍ରାଫିକ୍ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଆଦି ଉପରେ ବିମର୍ସ କରିବା ପରେ ବିସ୍ତୁତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇଛି । ଏ ନେଇ ଆଜି ଭୁବନେଶ୍ୱର ମେଟ୍ରୋ ରେଳ ନିଗମର  ଏକ ବୈଠକ ବସିଥିଲା । ବୈଠକରେ ବିସ୍ତୁତ ରିପୋର୍ଟକୁ ଡିଏମଆରସି ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଦିଆଯାଇଛି ।

ଚଳିତ ଅଗଷ୍ଟ ୩ତାରିଖରେ ରାଜ୍ୟ ସରକାର ଭୁବନେଶ୍ୱର ମେଟ୍ରୋ ରେଳ ନିଗମ(ବିଏମଆରସିଏଲ) ସ୍ଥାପନ ନେଇ ବିଜ୍ଞପ୍ତି ଜାରି କରିବା ସହ ଏହାର ସିଇଓ ଓ ଜେନେରାଲ ମ୍ୟାନେଜର(ପ୍ରଶାସନ) ନିଯୁକ୍ତି ମଧ୍ୟ ଦେଇଥିଲେ । ଏନେଇ ସର୍ଭେକାମ ମଧ୍ୟ ଆରମ୍ଭ ହୋଇ ଯାଇଥିଲା । ତେବେ  ଗତ ଦୁଇଦିନ ତଳେ  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ କଡା ସମାଲୋଚନା କରିଥିଲେ । ସେ କହିଥିଲେ ଯେ, ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ହେବ । ହେଲେ ମୁଁ ଯେତିକି ଜାଣିଛି କେନ୍ଦ୍ର-ରାଜ୍ୟ ମିଳିତ ଉଦ୍ୟମରେ ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପ ହୁଏ । କିନ୍ତୁ ସରକାର ପକ୍ଷରୁ ଏ ନେଇ କେନ୍ଦ୍ରକୁ କୌଣସି ସୂଚନା ଦିଆ ଯାଇନାହିଁ ।  ଖାଲି ୪-୫ ବାବୁ ଯାଇ ସକାଳୁ ସକାଳୁ ବୁଲି ଫଟୋ ଉଠେଇ ଦେଲେ ମେଟ୍ରୋ ହୋଇଯାଏନି ବୋଲି ସେ କଟାକ୍ଷ  କରିଥିଲେ । ଏହାର ଦୁଇଦିନ ପରେ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି ।

Comments are closed.