Latest Odisha News

BREAKING NEWS

ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ସଂପ୍ରସାରଣକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ: ୧୪,୯୦୩ କୋଟି ଟଙ୍କାର ବ୍ୟୟ ବରାଦ

ନୂଆଦିଲ୍ଲୀ:  ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ  ସମ୍ପ୍ରସାରଣକୁ ମିଳିଛି କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ । ଆଜି ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥି ପାଇଁ ମୋଟ ୧୪.୯୦୩ କୋଟି ଟଙ୍କା ଖର୍ଚ୍ଚ ହେବ ।

୨୦୧୫ ଜୁଲାଇ ପହିଲାରେ ଡିଜିଟାଲ ଇଣ୍ଡିଆ  କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦେଶର ନାଗରିକମାନଙ୍କୁ ଡିଜିଟାଲ ମାଧ୍ୟମରେ ସେବା ଯୋଗାଇବା  ଏହାର ଉଦ୍ଦେଶ୍ୟ ।  ଡିଜିଟାଲ ସେବା ମାଧ୍ୟମରେ ସାରା ଦେଶର ୬.୨୫ଲକ୍ଷ ଆଇଟି ବୃତ୍ତିଧାରୀଙ୍କୁ ପୁନଃଦକ୍ଷ (ରି-ସ୍କିଲଡ୍‌) ଓ ସେମାନଙ୍କ ଦକ୍ଷତା ବୃଦ୍ଧି (ଅପ୍ -ସ୍କିଲ୍‌ଡ) କରାଯିବ । କମ୍ପ୍ୟୁଟର ସ୍କିଲ୍ ପ୍ରାଇମ ପ୍ରୋଗ୍ରାମରେ ସେମାନଙ୍କୁ ଏହି ଦକ୍ଷତା ବିକାଶର ସୁଯୋଗ ମିଳିବ ।

୨.୬୫ଲକ୍ଷ ଲୋକଙ୍କୁ ସୂଚନା ନିରାପତ୍ତା ସମ୍ପର୍କରେ ତାଲିମ ଦିଆଯିବ । ସେମାନେ ଏହି ତାଲିମ ସୂଚନା ନିରାପତ୍ତା ଓ ଶିକ୍ଷା ସଚେତନତା ପର୍ଯ୍ୟାୟ ଆଇଏସ୍‌ଇଏ କାର୍ଯ୍ୟକ୍ରମ ଅଧୀନରେ ପାଇବେ ।  ଉମଙ୍ଗ ବ୍ୟବସ୍ଥାରେ ୫୪୯ ଅତିରିକ୍ତ ସେବା ଉପଲବ୍ଧ ହେବ ଏବଂ ଏସବୁ ଉମଙ୍ଗ ଆପ୍ /ପ୍ଳାଟଫର୍ମରେ ମିଳିବ । ଏବେ ଉମଙ୍ଗରେ ୧୭୦୦ରୁ ଅଧିକ ସେବା ଉପଲବ୍ଧ ।

ଜାତୀୟ ସୁପର କମ୍ପ୍ୟୁଟର ମିଶନରେ ଆଉ ୯ଟି ସୁପର କମ୍ପ୍ୟୁଟରକୁ ସାମିଲ କରାଯିବ । ଏବେ ଦେଶର ୧୮ଟି ସୁପର କମ୍ପ୍ୟୁଟର କାର୍ଯ୍ୟକ୍ରମ କରୁଛି ।
ଉମଙ୍ଗ ବ୍ୟବସ୍ଥାରେ ୫୪୯ ଅତିରିକ୍ତ ସେବା ଉପଲବ୍ଧ ହେବ ଏବଂ ଏସବୁ ଉମଙ୍ଗ ଆପ୍ ପ୍ଲାଟଫର୍ମରେ ମିଳିବ । ଏବେ ଉମଙ୍ଗରେ ୧୭୦୦ରୁ ଅଧିକ ସେବା ଉପଲବ୍ଧ ହେଉଛି ।  ଜାତୀୟ ସୁପର କମ୍ପ୍ୟୁଟର ମିଶନରେ ଆଉ ୯ଟି ସୁପର କମ୍ପ୍ୟୁଟରକୁ ସାମିଲ କରାଯିବ । ଏବେ ଦେଶର ୧୮ଟି ସୁପର କମ୍ପ୍ୟୁଟର କାର୍ଯ୍ୟ କରୁଛି ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ୱାରା ପରିଚାଳିତ ବହୁଭାଷୀ ଅନୁବାଦ ଯନ୍ତ୍ର (ଟୁଲ) ସମ୍ବିଧାନରେ ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ ସମସ୍ତ ୨୨ଟି ଭାଷା ଉପଲବ୍ଧ ହେବ । ଏବେ ଏହାର ସୁବିଧା ୧୦ଟି ଭାଷାରେ ମିଳୁଛି । ଜାତୀୟ ନଲେଜ ନେଟ ୱାର୍କର ଆଧୁନିକୀକରଣ କରାଯିବ ।   ଡିଜିଟାଲ ଡକ୍ୟୁମେଣ୍ଟ ଭେରିଫିକେସନ ସୁବିଧା ଯାହା ଏବେ ଡିଜିି ଲକର ମାଧ୍ୟମରେ ମିଳୁଛି,ସେ ସୁବିଧା ଏମ୍‌ଏସ୍‌ଏମ୍‌ଇ ଓ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ଯୋଗାଇ ଦିଆଯିବ ।

ସେହିପରି  ଦେଶର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ୧୨୦୦ଷ୍ଟାର୍ଟଅପ ସୁବିଧା ଉପଲବ୍ଧ ହେବ ।  ଆଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ୩ଟି ଉତ୍କର୍ଷ କେନ୍ଦ୍ର ସ୍ୱାସ୍ଥ୍ୟ, କୃଷି ଏବଂ ନିରନ୍ତର ବିକାଶ କରୁଥିବା ସହରମାନଙ୍କ ପାଇଁ ପ୍ରତିଷ୍ଠା କରାଯିବ ।  ଦେଶର ୧୨କୋଟି କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ସାଇବର ସଚେତନତା ପାଠ୍ୟକ୍ରମ ପ୍ରବର୍ତ୍ତନ କରାଯିବ।
ସାଇବର ନିରାପତ୍ତାର ନୂଆ ନୂଆ କ୍ଷେତ୍ର ଯଥା ଟୁଲସର ବିକାଶ ଓ ଜାତୀୟ ସାଇବର କୋ-ଅର୍ଡିନେସନ କେନ୍ଦ୍ରର ସହିତ ୨୦୦ରୁ ଅଧିକ ସାଇଟ୍ସକୁ ସମ୍ପୃକ୍ତ କରାଯିବ । ଏହା ସହିତ ଏ କ୍ଷେତ୍ରରେ ଆହୁରି ଅଧିକ ନୂଆ ନୂଆ ପ୍ରୟାସମାନ ଆରମ୍ଭ ହେବ ।

ଆଜିର ଘୋଷଣା ଦେଶର ଡିଜିଟାଲ ଅର୍ଥନୀତିକୁ ପ୍ରୋତ୍ସାହନ ଯୋଗାଇବ । ଏହା ସେବା ଯୋଗାଣରେ ଡିଜିଟାଲ ମାଧ୍ୟମର ଉପଯୋଗ ଓ ପହଂଚକୁ ବଢାଇବା ସହିତ ଭାରତର ଆଇଟି ଏବଂ ଇଲେକ୍‌ଟ୍ରୋନିକ ପରିତନ୍ତ୍ରକୁ ସହାୟତା ପ୍ରଦାନ କରିବ ।

Comments are closed.