Latest Odisha News

BREAKING NEWS

ନିବେଦିତା ଦିଦି ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ: ନିର୍ମଳା ସୀତାରମଣ

ଭୁବନେଶ୍ୱର: କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ କୁନି ଅପାଙ୍କ ଗତ ୧୦ତାରିଖ ଦିନ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତଃ ସୁଶ୍ରୀ ନିବେଦିତା ରାଜ୍ୟ ବିଜେପିର କର୍ମତତ୍ପର ନେତ୍ରୀ ଓ କଟକବାସୀଙ୍କ ଅତିପ୍ରିୟ ଥିଲେ । ତାଙ୍କ ବିୟୋଗରେ ଭାରତୀୟ ଜନତା ପାର୍ଟିର ଅପୂରଣୀୟ କ୍ଷତି ହୋଇଛି । ସ୍ୱର୍ଗତଃ ପ୍ରଧାନଙ୍କ ସ୍ମୃତିରେ ରାଜ୍ୟ କାର୍ଯ୍ୟାଳୟରେ ଆଜି “ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା” ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଯୋଗ ଦେଇ ସ୍ୱର୍ଗତଃ ପ୍ରଧାନଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଥିଲେ । ଏଥିସହିତ  ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୫ମ ପୁଣ୍ୟତିଥିରେମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଭୁବନେଶ୍ୱରରେ ପହଞ୍ଚିବା ପରେ ଶ୍ରୀମତୀ ସୀତାରମଣଙ୍କୁ ଶତାଧିକ କାର୍ଯ୍ୟକର୍ତ୍ତା   ସ୍ୱାଗତ ଜଣାଇଥିଲେ ।  ଏହା ପରେ କେନ୍ଦ୍ରମନ୍ତ୍ରୀ  ସିଧାସଳଖ ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସେଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ । ଏହି ସ୍ମୃତି ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଜୁଏଲ ଓରାମ, ଅପରାଜିତା ଷଡଙ୍ଗୀ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ସ୍ୱର୍ଗତଃ ପ୍ରଧାନଙ୍କ ଘନିଷ୍ଟ ସହେଯାଗୀ ତଥା ବରିଷ୍ଠ ନେତା ସଜ୍ଜନ ଶର୍ମା, କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟ ଉପସଭାପତି ତଥା ବିଶିଷ୍ଟ ଚିକିତ୍ସକ ଡ.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୂର୍ବତନ ବିଏମସି ଡେପୁଟି ମେୟର ତଥା ରାଜ୍ୟ ମୁଖପାତ୍ର ଉର୍ମିଳା ମହାନ୍ତି, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ବରିଷ୍ଠ ବିଜେପି ନେତା ଓମ୍ ପ୍ରକାଶ ରାୟ, ପ୍ରଶାନ୍ତ ସେନାପତି, ଚକ୍ରପାଣି ମିଶ୍ର, ପ୍ରଭାତୀ ପରିଡା, ବିଧାୟକ ପ୍ରଦୀପ୍ତ ନାୟକ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ପ୍ରମୁଖ ସ୍ୱର୍ଗତଃ ପ୍ରଧାନଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

 

Comments are closed.