Latest Odisha News

BREAKING NEWS

ଖୋର୍ଦ୍ଧା ରୋଡ ବିଜୟନଗରମ ମଧ୍ୟରେ ତୃତୀୟ ରେଳ ଲାଇନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ରାୟଗଡା: ବୁଧବାର ଦେଶର ବିଭିନ୍ନ ସ୍ଥାନରେ ୩୨,୫୧୨ କୋଟି ଟଙ୍କାର ୭ ଟି ବଡ ବଡ଼ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଯେଉଁଥିରେ ନର୍ଗୁଣ୍ଡି – ବାରଙ୍ଗ , ଖୋର୍ଦ୍ଧା ରୋଡ୍ – ବଜୟନଗରମ ମଧ୍ୟରେ ତୃତୀୟ ଲାଇନ ନିର୍ମାଣ ହେବ।

ଡିଭିଜନାଲ ରେଳ ପରିଚାଳକ ସୌରଭ ପ୍ରସାଦ କହିଛନ୍ତି, ଏହି ପ୍ରକଳ୍ପର ନିର୍ମାଣ ହେଲେ ଏହାର ଭବିଷ୍ୟତ କଣ ରହିବ ସେନେଇ ଆଲୋଚନା କରିଥିଲେ । ଡିଭିଜନାଲ ରେଳ ପରିଚାଳକ ସୌରଭ ପ୍ରସାଦ କହିଛନ୍ତି ଯେ ବର୍ତମାନ ଅଧିକ ରେଳ ଯାତାୟତ ଯୋଗୁଁ ଏହି ରୁଟଟି ଚାପ ଗ୍ରସ୍ତରେ ରହିଛି ତୃତୟା ଲାଇନ ଖୋଲିଲେ ଅଧିକରୁ ଅଧିକ ରେଳ ଚଳାଚଳ ପାଇଁ ବାଟ ଫିଟିବା ସହ ସ୍ଥାନୀୟ ଅଞ୍ଚଳର ଲୋକେ ମଧ୍ୟ ଉପକୃତ ହେବ।

ତେବେ ଏହି ନୂଆ ପ୍ରକଳ୍ପର ମୋଟ ଲମ୍ବ ହେଉଛି ୩୮୫ କି.ମି। ସେଥିମଧ୍ୟରୁ ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କଟକ, ଗଞ୍ଜାମ ଦେଇ ଓଡିଶାରେ ୧୮୪ କିଲୋମିଟର ରହିଥିବା ବେଳେ ଶ୍ରୀକାକୁଲମ୍, ଭିଜୟନଗରମ, ବିଶାଖାପାଟନମ୍ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୨୦୧ କି.ମି ରହିଛି।

ସେହିଭଳି ୫,୬୧୮ କୋଟି ଟଙ୍କା ବ୍ୟୟରେ ୬ଟି ଗୁରୁତ୍ୱପୂର୍ଣ୍ଣ ସେତୁ ନିର୍ମାଣ ହେବାର ଯୋଜନା ରହିଛି। ସେହି ପ୍ରମୁଖ ସେତୁ ଗୁଡିକ ହେଉଛି ଓଡିଶାର ବିରୁପ ନଦୀ ଉପରେ ୪୮୮ ମିଟର , ମହାନାଦୀ ଉପରେ ୨,୦୯୬ ମିଟର , କାଠଯୋଡି ନଦୀ ଉପରେ ୮୨୨ ମିଟର , ରୁଷିକୁଲ୍ୟା ନଦୀ ଉପରେ ୪୫୭ ମିଟର, ବଂଶଧାରା ନଦୀ ଉପରେ ୪୧୦ ମିଟର, ଏବଂ କୁଆଖାଇ ନଦୀ ଉପରେ ୮୨୨ ମିଟର ଦୀର୍ଘର ବଡ ସେତୁ ନିର୍ମାଣ ହେବ।

ଏହା ସହ ୮୬ ମେଜର ବ୍ରିଜ ଏବଂ ୮୪୭ ଟି ନିର୍ମାଣ ହେବାକୁ ଥିବା ମାଇନର୍ ବ୍ରିଜର ନିର୍ମାଣ କାମ ଆରମ୍ଭ ହେବ। ଏହା ଫଳରେ ବିଶେଷ କରି ଓଡିଶାର ଏହି ସବୁ ଅଞ୍ଚଳରେ ଶିଳ୍ପଗୁଡିକ ବିଶେଷ ଉପକୃତ ହେବେ ବୋଲି କହିଛନ୍ତି ଡିଭିଜନାଲ ରେଳ ପରିଚାଳକ ସୌରଭ ପ୍ରସାଦ।

ଓଡ଼ିଶାର ତାଲଚେର ଠାରୁ ଆରମ୍ଭ କରି ପାରାଦୀପ ଏବଂ ଗୋପାଳପୁର ବନ୍ଦରରୁ ଇସ୍ପାତ କାରଖାନା ପର୍ଯ୍ୟନ୍ତ ସମସ୍ତ ରେଳ ମାର୍ଗ ଦେଇ ଦକ୍ଷିଣ ଭାରତକୁ ସୁଲଭ ଏବଂ ସହଜରେ ଘରୋଇ କୋଇଲା ରପ୍ତାନି ହୋଇପାରିବ। ଏପରିକି ପାରାଦୀପ ବନ୍ଦରରୁ କ୍ଲିଙ୍କର୍, ପୋଷା କୋକ୍ ଭଳି କଞ୍ଚାମାଲ ସିମେଣ୍ଟ ପ୍ଲାଣ୍ଟକୁ ପରିବହନ ହୋଇପାରିବ। କେବଳ ସେତିକି ନୁହଁ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଏବଂ ଗଙ୍ଗାଭାରାମ ବନ୍ଦରରୁ ଓଡିଶାର ଇସ୍ପାତ କାରଖାନାକୁ କୋଇଲା ପରିବହନ ମଧ୍ୟ ସୁଗମ ହୋଇ ପାରିବ। ଏହି ତୃତୀୟ ଲାଇନ କାମ ସଂପୂର୍ଣ୍ଣ ହେଲେ ଯାତ୍ରୀମାନଙ୍କ ପାଇଁ ରେଳବାଇ ଓଡ଼ିଶା ଆନ୍ଧ୍ରପ୍ରଦେଶ ରୁଟରେ ଅଧିକ ଟ୍ରେନ୍ ସେବା ଚଲାଯାଇପାରିବ ବୋଲି କହିଛନ୍ତି ବିଶାଖାପାଟଣା ଡିଭିଜନାଲ ରେଳ ପରିଚାଳକ ସୌରଭ ପ୍ରସାଦ।

Comments are closed.