Latest Odisha News

ରାଜ୍ୟସଭାର ୧୨% ସାଂସଦ ଅରବପତି; ତେଲେଙ୍ଗାନାରେ ସବୁଠାରୁ ଅଧିକ

ନୂଆଦିଲ୍ଲୀ: ରାଜ୍ୟସଭାରେ ଅଛନ୍ତି ଧନୀ ସାଂସଦ ।ରାଜ୍ୟସଭାରେ ଥିବା ସାଂସଦଙ୍କ ମଧ୍ୟରୁ  ୧୨ ପ୍ରତିଶତ ଅରବପତି । ଏମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ସର୍ବାଧିକ ସାଂସଦ ରହିଛନ୍ତି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ADR) ପକ୍ଷରୁ ପ୍ରକାଶ ପାଇଛି ଏପରି ତଥ୍ୟ । ଏଡିଆର ଏବଂ ନିଉ( ନାଶନାଲ ଇଲେକ୍ସନ ୱାଚ) ପକ୍ଷରୁ ସାଂସଦମାନଙ୍କର ଅପରାଧିକ, ଅର୍ଥନୈତିକ ଏବଂ ଅନ୍ୟାନ୍ୟ ଦିଗକୁ ନେଇ ଏକ ସର୍ଭେ କରାଯାଇଥିଲା । ରାଜ୍ୟସଭାର ୨୩୩ ସଭ୍ୟଙ୍କ ମଧ୍ୟରୁ ୨୨୫ ସଭ୍ୟ ଏହି ସର୍ଭେରେ ସାମିଲ ହୋଇଥିଲେ ।

ଏହି ରିପୋର୍ଟ ଅନୁଯାୟୀ, ଗୋଟିଏ ଆସନ ରାଜ୍ୟସଭାରେ ଖାଲି ପଡିଛି । ୧୧ ଜଣ ଆନ୍ଧ୍ର ଏମପିଙ୍କ ମଧ୍ୟରୁ ୫ ଜଣ (୪୫ ପ୍ରତିଶତ) , ତେଲେଙ୍ଗାନାର ୭ ଜଣଙ୍କ ମଧ୍ୟରୁ ୨ ଜଣ (୪୩ ପ୍ରତିଶତ), ମହାରାଷ୍ଟର ୧୯ ଜଣଙ୍କ ମଧ୍ୟରୁ ୩ ଜଣ (୧୬ ପ୍ରତିଶତ)  ହେଉଛନ୍ତି ୧୦୦ କୋଟିରୁ ଅଧିକ ଟଙ୍କା ସମ୍ପତ୍ତିର ମାଲିକ ।  ସେହିପରି ଦିଲ୍ଲୀର ୩ ଜଣ ଏମପିଙ୍କ ମଧ୍ୟରୁ ଜଣେ ଅର୍ଥାତ ୩୩ ପ୍ରତିଶତ, ପଞ୍ଜାବର ୭ ଜଣ ଏମପିଙ୍କ ମଧ୍ୟରୁ  ୨ ଜଣ (୨୯%), ହରିଆଣାର ୫ ଜଣ ଏମପିଙ୍କ ମଧ୍ୟରୁ ଜଣେ (୨୦%) ଏବଂ ମଧ୍ୟ ପ୍ରଦେଶର ୧୧ ଜଣ ଏମପିଙ୍କ ମଧ୍ୟରୁ ୨ ଜଣ ଅର୍ଥାତ ୧୮ ପ୍ରତିଶତ ସାଂସଦ ଅରବପତି ତାଲିକାରେ ଅଛନ୍ତି ।

ସେହିପରି ତେଲେଙ୍ଗାନାର ସାତଜଣ ଏମପିଙ୍କ ପାଖରେ ରହିଛି ୫ ହଜାର ୫୯୬କୋଟି ଟଙ୍କାର ସମ୍ପତ୍ତି  । ଆନ୍ଧ୍ରପ୍ରଦେଶର ୧୧ ଜଣ ଏମପିଙ୍କ ସମ୍ପତ୍ତି ୩ ,୮୨୩ କୋଟି । ଉତ୍ତରପ୍ରଦେଶର ୩୦ଜଣ ଏମପିଙ୍କ ପାଖରେ ମୋଟ ୧୯୪୧ କୋଟି ଟଙ୍କାର ସମ୍ପତ୍ତି ରହିଥିବା ଜଣାଯାଇଛି ।

୨୨୫ଜଣ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ୭୫ ଜଣ ଅର୍ଥାତ ୩୩% ଙ୍କ ବିରୋଧରେ ରହିଛି ଅପରାଧିକ ମାମଲା ରହିଛି । ସେହିପରି ପ୍ରାୟ ୪୧ଜଣ ଏମପି(୧୮%)ଙ୍କ ବିରୋଧରେ ରହିଛି ଗୁରୁତର ଆପରାଧିକ ମାମଲା ରହିଛି । ସେଥିମଧ୍ୟରୁ ଦୁଇ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ସେମାନଙ୍କ ବିରୋଧରେ ଲାଗିଛି ଆଇପିସି ଧାରା ୩୦୨। ରାଜସ୍ଥାନର ୪ ଏମପିଙ୍କୁ ମଧ୍ୟରୁ ଜଣେ କଂଗ୍ରେସର କେସି ବେଣୁଗୋପାଳଙ୍କ ବିରୋଧରେ ରହିଛି ବଳାତ୍କାର ପରି ମାମଲା ।

ସେହିପରି ରାଜ୍ୟସଭାରେ ବିଜେପି ୮୫ ସଦସ୍ୟଙ୍କ ମଧ୍ୟରୁ ୨୩ ଜଣ (୨୭ %) ଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସେମାନଙ୍କ ଆଫିଡେଭିଟିରେ ଦର୍ଶଇଛନ୍ତି । ସେହିପରି କଂଗ୍ରେସର ୩୦ ଜଣ ସଦସ୍ୟଙ୍କ ମଧ୍ୟରୁ ୧୨ ଜଣ ଅର୍ଥାତ ୪୦ ପ୍ରତିଶତ ସାଂସଦଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରହିଛି । ଅନ୍ୟପକ୍ଷେ ଏନସିପିର ୬୭% ସାଂସଦ ଏବଂ ଆପର ୩୩ ପ୍ରତିଶତ ସାଂସଦଙ୍କ ନାଁରେ ରହିଛି ଅପରାଧିକ ମାମଲା ।

Comments are closed.