Latest Odisha News

BREAKING NEWS

ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ, ଆସନ୍ତା ୨୪ରେ ହାଜର ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ଜମି ଘୋଟାଲା ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ କରିଛି  । ଆସନ୍ତା ୨୪ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହା ପୂର୍ବରୁ ଗତ ୧୪ ତାରିଖରେ ରାଞ୍ଚିର ଇଡି ଅଫିସରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ କୁହାଯାଇଥିବା ବେଳେ ହେମନ୍ତ ସୋରେନ ଏହାକୁ ଏଡ଼ାଇ ଯାଇଥିଲେ। କିଛି ଜରୁରୀ କାମ କହି ସୋରେନ ଇଡି ସାମ୍ନାରେ ହାଜର ହୋଇନଥିଲେ ।

ଏହା ପୂର୍ବରୁ ୨୦୨୨ ମସିହା ନଭେମ୍ବର ମାସରେ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଅବୈଧ ଖନନ ମାମଲାରେ ପଚରାଉଚରା କରିଥିଲା। ଦୁଇଟି ଭିନ୍ନ ଭିନ୍ନ ମାମଲାରେ ଇଡି ଏବେ ହେମନ୍ତ ସୋରେନଙ୍କୁ ଘେରିଛି। ଜମି ଦୁର୍ନୀତି ମାମଲାରେ ଏଯାବତ ୧୪ ଜଣ ଗିରଫ ହୋଇସାରିଲେଣି। ପ୍ରେମ ପ୍ରକାଶ, ରାଞ୍ଚିର ପୂର୍ବତନ ଡେପୁଟି କମିଶନର ଛବି ରଞ୍ଜନ, କୋଲକତା ବ୍ୟବସାୟୀ ଅମିତ ଅଗ୍ରଓ୍ଵାଲ ପ୍ରଭୃତି ଏଥିରେ ସାମିଲ ରହିଛନ୍ତି । ଏହି ମାମଲାରେ ପଚରାଉଚରା ସମୟରେ କିଛି ରାଜନେତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା ।

ରାଞ୍ଚିର ଚେଶାୟର ହୋମ ରୋଡରେ ଥିବା ସରକାରୀ ଓ ସେନାର ଜମିକୁ ମିଥ୍ୟା ଦଲିଲ ଦେଇ କିଣିବା ସହ ବିକିଥିବା ନେଇ ମାମଲା ରୁଜୁ ହୋଇଛି। ଏହାର ଯାଞ୍ଚ ହୋଇ ସେନା ଜମିକୁ ଅବୈଧ ରୂପେ କବଜା କରାଯାଇଥିବା ରିପୋର୍ଟ ଦିଆଯାଇଛି। ଏନେଇ ରାଞ୍ଚି ନଗର ନିଗମ ମାମଲା ରୁଜୁ କରିଥିବା ବେଳେ ପରେ ଏବେ ଏହାକୁ ଇଡି ଯାଞ୍ଚ କରୁଛି ।

Comments are closed.