ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ୨ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦକ୍ଷିଣ ଆଫ୍ରିକାରେ ସେ ଜୋହନ୍ସବର୍ଗ ଯିବାର କାର୍ଯ୍ୟକ୍ରମ ରହିଛି । ଆଫ୍ରିକାର ରାଷ୍ଟ୍ରପତି ମଟାମେଲା ସାଇରିଲ ରାମଫୋସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି । ଆଫ୍ରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରକ୍ଷା କରିବାକୁ ଯିବା ସହ ପ୍ରଧାନମନ୍ତ୍ରୀ ଗ୍ରୀସ ଗସ୍ତରେ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ BRICS ଶିଖର ସମ୍ମିଳନୀ ପରେ ଆୟୋଜିତ ହେବାକୁ ଥିବା ‘ବ୍ରିକ୍ସ-ଆଫ୍ରିକା ଆଉଟରିଚ୍ ଏବଂ ବ୍ରିକ୍ସ ପ୍ଲସ ଡାଇଲଗ ‘ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଆଫ୍ରିକା ତରଫରୁ ନିମନ୍ତ୍ରିତ ହୋଇଥିବା ଅନ୍ୟ ଦେଶର ପ୍ରମୁଖ ଅତିଥିମାନେ ମଧ୍ୟ ସାମିଲ ହେବେ ।
ସୂଚନାଯୋଗ୍ୟ ଯେ, ବିଗତ 40ବର୍ଷ ମଧ୍ୟରେ ଗ୍ରୀସ ଗସ୍ତ କରୁଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ଅର୍ଥାତ୍ ପୂର୍ବରୁ 40 ବର୍ଷ ଧରି ଭାରତର କୌଣସି ପ୍ରଧାନମନ୍ତ୍ରୀ ଗ୍ରୀସ ଗସ୍ତ କରି ନାହାନ୍ତି । ଦେଖିବାକୁ ଗଲେ ଭାରତ ସହ ଗ୍ରୀସର ଉତ୍ତମ ସମ୍ପର୍କ ରହିଛି। ପରିବହନ, ବାଣିଜ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଭଲ ସମ୍ପର୍କ ଥିବା କୁହାଯାଏ।
Comments are closed.