Latest Odisha News

BREAKING NEWS

ଲୁଟ୍ ପାଇଁ ଯୋଜନା କରୁଥିବାବେଳେ ୪ ଗିରଫ, ଅଭିଯୁକ୍ତଙ୍କ ଆକ୍ରମଣରେ ପୋଲିସ ଗୁରୁତର

ଭୁବନେଶ୍ୱର: ଜାତୀୟ ରାଜପଥଷର ଲୁଟ୍‌ପାଟ କରିବା ଘଟଣାରେ ଧଉଳି ଥାନା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଓଲଟପୁରର କାଳନ୍ଦୀ ପାତ୍ର(୨୮), ଶିଶୁପାଳଗଡ଼ର ଅଭିଷେକ ନାୟକ(୨୧), ପୁରୀର ସିଦ୍ଧାନ୍ତ ମିଶ୍ର(୩୨) ଓ ବାଲୁଗାଁର ସୁଜିତ୍ ମହାରଣା (୩୨) ।

ଶୁକ୍ରବାର ବିଳମ୍ବିତ ରାତିରେ ଉକ୍ତ ଅଭିଯୁକ୍ତ କିଛି ମାରଣାସ୍ତ୍ର ସହିତ ଧଉଳିଥାନା ଅନ୍ତର୍ଗତ ଲିଙ୍ଗିପୁର ସବଷ୍ଟେସନ୍ ନିକଟରେ ଥିଲେ । ସେମାନେ ଜାତୀୟ ରାଜପଥରେ ଲୁଟପାଟ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ଚଢାଉ କରି ୪ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତମାନେ ପୋଲିସକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ ପୋଲିସ କର୍ମଚାରୀମାନେ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

Comments are closed.