Latest Odisha News

ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳିଲେ ବୃଦ୍ଧ ଦମ୍ପତ୍ତି: ଚଢିଲେ ସର୍ବୋଚ୍ଚ ପର୍ବତଶୃଙ୍ଗ

ନ୍ୟୁୟର୍କ: ଅଧିକାଂଶ ଲୋକ ନିଜ ବିବାହ ଓ ବିବାହ ବାର୍ଷିକୀକୁ ସ୍ମରଣୀୟ କରିବାକୁ ଚାହିଁଥାନ୍ତି । ଏଥିପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଚିନ୍ତାଧାରା ଆପଣାଇଥାନ୍ତି । କିନ୍ତୁ ନ୍ୟୁୟର୍କର ଏକ ବୃଦ୍ଧ ଦମ୍ପତି ସେମାନଙ୍କର ୬୬ ତମ ବିବାହ ବାର୍ଷିକୀକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଏହା ସମସ୍ତଙ୍କ ମୁହଁରେ ଆନନ୍ଦ ଆଣି ଦେଇଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ୮୮ ବର୍ଷୀୟ ବୃଦ୍ଧଙ୍କ ପତ୍ନୀଙ୍କ ବୟସ ୮୫ । ଏହି ବୃଦ୍ଧ ଦମ୍ପତି ସେମାନଙ୍କର ୬୬ତମ ବିବାହ ବାର୍ଷିକୀ ଅବସରରେ ୱାଶିଂଟନ୍ ମାଉଣ୍ଟେନ ଶୃ୍‌ଙ୍ଗକୁ ଚଢିଛନ୍ତି । ଏହି ଦମ୍ପତ୍ତି ପର୍ବତର ଶିଖର ରାସ୍ତାରେ ଏରିକ୍ ଟଡ୍‌ଙ୍କ ସହ ଠିଆ ହୋଇଥିବା ନଜର ଆସିଛନ୍ତି । ଏରିକ୍ ଟଡ୍ ତାଙ୍କ ଗାଇଡ୍ ଭାବରେ ଯାଇଛନ୍ତି । ଏହି ଦମ୍ପତ୍ତିଙ୍କ ଏପରି କାର୍ଯ୍ୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଆମେରିକାର ଉତ୍ତର-ପୂର୍ବରେ ଥିବା ୱାଶିଂଟନ୍ ମାଉଣ୍ଟେନ୍ ହେଉଛି ସର୍ବୋଚ୍ଚ ଶୃଙ୍ଗ । ଏ ବୟସରେ ଉକ୍ତ ଦମ୍ପତ୍ତି ସର୍ବୋଚ୍ଚ ପର୍ବତ ଚଢିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି ଲେଖିଛନ୍ତି, ଏହି ଦମ୍ପତ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଆଉ କିଛି ସେମାନଙ୍କ ସାହସକୁ ଧନ୍ୟବାଦ ବି ଦେଇଛନ୍ତି ।

ମାଉଣ୍ଟ ୱାଶିଂଟନ୍‌, ନ୍ୟୁ ହାମ୍ପସାୟାରର କୁସ୍ କାଉଣ୍ଟିରେ ଥିବା ହ୍ୱାଇଟ ମାଉଣ୍ଟେନ୍ସର ରେଞ୍ଜରେ ଅବସ୍ଥିତ । ପର୍ବତ ଉପରେ ଅନେକ ଟାଉନସିପ୍ ରହିଛି । ଏଠାରେ ପ୍ରବଳବେଗରେ ପବନ ବୋହିଥାଏ । ଏକ ସମୟରେ ପବନ ୨୩୧ ମିଲିମିଟର ବେଗରେ ରେକର୍ଡ କରାଯାଇଥିଲା । ଏତେସବୁ ଚ୍ୟାଲେଞ୍ଜ ସତ୍ତ୍ୱେ ପ୍ରତିବର୍ଷ ପ୍ରାୟ ୨୫୦,୦୦୦ ଲୋକ ମାଉଣ୍ଟ ୱାଶିଂଟନ୍ ପରିଦର୍ଶନ କରନ୍ତି ।

Comments are closed.