Latest Odisha News

BREAKING NEWS

ଜନ୍ମ ଦିନରେ ଘୋଷଣା ହେଲା ଚିରଞ୍ଜୀବୀଙ୍କ ଫିଲ୍ମ ମେଗା ୧୫୭

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଚିିରଞ୍ଜୀବୀଙ୍କ ଜନ୍ମ ଦିନରେ ପ୍ରଶଂସକଙ୍କୁ ଖୁସି ଖବର ମିଳିଛି । ଏହି ଦିନ ତାଙ୍କର ନୂଆ ଫିଲ୍ମ ମେଗା ୧୫୭ର ଘୋଷଣା ହୋଇଛି । ୟୁଭି କ୍ରିଏଶନ ଏହି ଫିଲ୍ମ ପ୍ରସ୍ତୁତ କରୁଛି । ଏହା ଏକ ଫାଂଟାସି ଫିଲ୍ମ ହେବ ବୋଲି ଅନୁମାନ କରାଯାଉଛି । ସୋସିଆଲ ମିଡିଆରେ ଏହାର ଫଟୋ ଶେୟାର କରି ମେକର୍ସଙ୍କ ପକ୍ଷରୁ ଲେଖାଯାଇଛି ଯେ, ଏଥର ବ୍ରହ୍ମାଣ୍ଡରୁ ଆହୁରି ଆଗକୁ ଯିବାକୁ ହେବ । ପାଂଚ ଚତ୍ୱ ମେଗାଷ୍ଟାର ସହ ଏକତ୍ର ରହିବେ । ଏଥିସହ ଚିରଞ୍ଜୀବୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହା ତାଙ୍କ କ୍ୟାରିୟରର ସବୁଠାରୁ ଦାମୀ ଫିଲ୍ମ ହେବ ।

ୟୁଭି କ୍ରିଏଶନ ସହ ବି ବାମସୀ କୃଷ୍ଣା ରେଡ୍ଡୀ, ପ୍ରମୋଦ ଉତ୍ପଳପତି ଓ ବିକ୍ରମ ରେଡ୍ଡୀ ଏହାକୁ ମିଳିତ ଭାବେ ପ୍ରଡ୍ୟୁସ କରୁଛନ୍ତି । ଖୁବ ଶୀଘ୍ର ଫିଲ୍ମର ଅନ୍ୟ କଳାକାର ଏବଂ ନିର୍ଦ୍ଦେଶକଙ୍କ ନାମ ଘୋଷଣା କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ନିକଟରେ ଚିରଞ୍ଜୀବୀଙ୍କ ଭୋଳା ଶଙ୍କର ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏଥିରେ କୀର୍ତି ସୁରେଶ, ତମନ୍ନା ଭାଟିୟା ପ୍ରମୂଖ ଅଭିନୟ କରିଥିଲେ ।

Comments are closed.