Latest Odisha News

BREAKING NEWS

ଚନ୍ଦ୍ରଯାନ ୩ର ସଫଳତା ପଛରେ ରହିଛି ଏହି ସବୁ କାରଣ

ନୂଆଦିଲ୍ଲୀ: ଚନ୍ଦ୍ର ଅଭିଯାନରେ ଭାରତ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଯାହା କେହି କରିପାରି ନ ଥିଲେ ଭାରତୀୟ ବୈଜ୍ଞାନିକମାନେ ତାହା କରି ଦେଖାଇଛନ୍ତି । ଦକ୍ଷିଣ ଧ୍ରୁବୀୟ କ୍ଷେତ୍ରରେ ପ୍ରଥମ ଦେଶ ଭାବେ ଭାରତ ସଫଳତା ହାସଲ କରିଛି । ତେବେ ଏହି ସଫଳତା ପଛରେ ଚନ୍ଦ୍ରାଯାନ ୨ର ଆଂଶିକ ବିଫଳତା ପ୍ରମୁଖ କାରଣ ସାଜିଛି । ବୈଜ୍ଞାନିକ ଚନ୍ଦ୍ରାଯାନ ୨ର ବିଫଳତାର କାରଣ ଖୋଜିଥିଲେ ଏବଂ ଏହାକୁ ସଫଳ ରୂପାୟନ କରି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରି ପାରିଛନ୍ତି । ପ୍ରଥମ କାରଣ ଥିଲା ସଠିକ କାଲକୁଲେଶନ । ଗତ ଥର ଏଥିରେ ବଡ ଧରଣର ତ୍ରୁଟି ରହିଥିଲା । ଚନ୍ଦ୍ରାଯାନକୁ ହାଲକା କରିବା ପାଇଁ ୪ ଇଂଜନ ଲଗା ଯାଇଥିଲା । ଗତଥର ୫ଟି ଇଂଜିନ ଯୋଗୁ ଏହାର ଓଜନ ଅଧିକ ହୋଇ ସମସ୍ୟା ସୃଷ୍ଟି କରିଥିଲା ।

ଗତ ଥର ତୁଳନାରେ ଏଥର ଏହାର ବେସକଚୁ ମଜଭୁତ କରାଯାଇଥିଲା । ଅତିରିକ୍ତ ଇନ୍ଧନ ଟ୍ୟାଙ୍କ ଓ ଅତ୍ୟାଧୁନିକ ସଫ୍ଟୱେୟାର ବୈଜ୍ଞାନିକଙ୍କୁ ଏହା ଉପରେ ନଜର ରଖିବାରେ ସହାୟ ହୋଇଥିଲା । ଲ୍ୟାଣ୍ଡିଂର କ୍ଷେତ୍ରଫଳ ବଢ଼ା ଯାଇଥିଲା । ଏଥିପାଇଁ ୧୦ ବର୍ଗ କିଲୋମିଟର ସ୍ଥାନ ସ୍ଥିର କରାଯାଇଥିଲା । ଟାର୍ଗେଟ ସ୍ଥଳରୁ ଚନ୍ଦ୍ରାଯାନକୁ ଆଗ କିମ୍ବା ପଛକୁ ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହା ବ୍ୟତୀତ ଲ୍ୟାଣ୍ଡିଙ୍ଗ ପାଇଁ ସମତୂଲ ସ୍ଥାନର ଚୟନ ମଧ୍ୟ ହୋଇଥିଲା । ଏଥିସହ ବିଫଳତା ହିଁ ସଫଳତାର ମାପକାଠି ବୋଲି ପୁନର୍ବାର ପ୍ରମାଣିତ ହୋଇଛି ।

Comments are closed.