କଟକ: ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ। ଶଙ୍କରପୁର ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟଣାରେ ବାପ ଘର ଲୋକଙ୍କ ଏତଲା ଆଧାରରେ ପୋଲିସ ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି। ମୃତ ମହିଳାଙ୍କ ନାଁ ସୋନାଲିକା ଦାସ। ବାଦାମବାଡି ପୋଲିସ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ମହିଳାଙ୍କ ସ୍ୱାମୀ, ଶ୍ୱଶୁର ଓ ନଣନ୍ଦ।
ଶନିବାର ମିଳିଥିବା ସୂଚନା ଅନୁଯାୟୀ, ମହିଳାଙ୍କୁ ହତ୍ୟା କରିବା ଅଭିଯୋଗରେ ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।କଟକ ମୁକାମେଶ୍ୱରା ଗାଁର ସୋନାଲିକା ପ୍ରାୟ ଦୁଇ ବର୍ଷ ତଳେ ଶଙ୍କରପୁର ଅଞ୍ଚଳର ଗୌରାଙ୍ଗ ବେହେରାଙ୍କୁ ବିବାହ କରିଥିଲେ ବୋଲି ଜଣାପଡ଼ିଛି। ତେବେ ଏହାରି ଭିତରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏହାପରେ ବାପ ଘର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଆଉ ଏତଲାରେ ଝିଅର ମୃତ୍ୟୁ ପାଇଁ ଶାଶୂ ଘର ଲୋକଙ୍କୁ ଦାୟୀ କରିଥିଲେ। ଯେଉଁଥିରେ ଉଲ୍ଲେଖ କରିଥିଲେ ଯେ, ମହିଳାଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦିଆଯାଉଥିଲା।
ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ କରୁଛି। ଏବେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଧିକ ତଦନ୍ତ ଜାରି ରହିଛି।
Comments are closed.