Latest Odisha News

BREAKING NEWS

ମହିଳା କଳାକାରଙ୍କୁ ଅଶ୍ଳୀଳ ଭିଡିଓ କଲ କରି କଳାକାର ଗିରଫ

କଟକ: ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ଇଣ୍ଡଷ୍ଟ୍ରିର କିଛି ମହିଳା କଳାକାରଙ୍କୁ ଅଶ୍ଳୀଳ ଭିଡିଓ କଲ୍ କରିବା ଅଭିଯୋଗରେ ରବିବାର କଟକରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ମିଥୁନ ଭୋଇ ନାମକ ଏହି ଅଭିଯୁକ୍ତ ଜଣକ ଇଣ୍ଡଷ୍ଟ୍ରିରେ ସହଯୋଗୀ କଳାକାର ଭାବେ ଖଳ ଚରିତ୍ରରେ ଅଭିନୟ କରନ୍ତି।

ଜାଣିବାକୁ ମିଳିଛି ଯେ ମିଥୁନ ଜଣେ ଓଡ଼ିଆ ଫିଲ୍ମ ପ୍ରୟୋଜକଙ୍କ ନାଁରେ ଫେକ୍ ହ୍ୱାଚସଆପ ପ୍ରୋଫାଇଲ୍ ଖୋଲି କିଛି ନବାଗତ ମହିଳା କଳାକାରଙ୍କୁ ଚାଟିଂ କରି ଟାର୍ଗେଟ୍ କରିଥିଲେ। ମିଛ ସୋସିଆଲ ମିଡିଆ ଆକାଉଣ୍ଟରୁ ସେ କେବେ କେବେ କିଛି ଅଭିନେତ୍ରୀଙ୍କୁ ଅଶ୍ଳୀଳ ଭିଡିଓ କଲ୍ କରୁଥିବା ଅଭିଯୋଗ ହୋଇଛି।

ମିଥୁନଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ସାଇବର ପୋଲିସ ତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଦୁଇଟି ମୋବାଇଲ ଓ କିଛି ସିମ୍ କାର୍ଡ ଜବତ କରିଛି।

କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ରଙ୍କ ସୂଚନା ଅନୁଯାୟୀ, ଜଣେ ଫିଲ୍ମ ପ୍ରଯୋଜକଙ୍କ ଅଭିଯୋଗ ପାଇ ପୁଲିସ ଏକ ବିସ୍ତୃତ ତଦନ୍ତ କରିଥିଲା। ତଦନ୍ତ ବେଳେ ମିଥୁନ ଅଭିଯୋଗକାରୀଙ୍କ ନାଁରେ ଏକ ଫେକ୍ ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଥିଲା। ସେ କିଛି ଫିଲ୍ମ ଓ ଟେଲିଭିଜନ ଅଭିନେତ୍ରୀଙ୍କୁ ଅଶ୍ଳୀଳ ଭିଡିଓ କଲିଂ କରୁଥିଲେ ବୋଲି ମଧ୍ୟ ଜଣାପଡ଼ିଛି।

Comments are closed.