Latest Odisha News

BREAKING NEWS

ଶରଦ ପାୱାରଙ୍କୁ ଅବସର ନେବା ପାଇଁ କହିଲେ ବନ୍ଧୁ ସାଇରସ ପୁନାୱାଲା

ମୁମ୍ବାଇ: ଏନସିପି ମୂଖ୍ୟ ଶରଦ ପାୱାର ୨୦୨୪ ନିର୍ବାଚନ ପାଇଁ ଅଂଟା ଭିଡିଛନ୍ତି । ବିଜେପିକୁ ରୋକିବା ପାଇଁ ସେ ଇଣ୍ଡିଆ ଗଠବନ୍ଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ତେବେ ତାଙ୍କର ଘନିଷ୍ଠ ମିତ୍ର ଓ ଶିଳ୍ପପତି ତଥଶ ସୀରମ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ସାଇରସ ପୁନାୱାଲା ତାଙ୍କୁ ରାଜନୀତିରୁ ଅବସର ନେଇଯିବା ପାଇଁ ପରାମର୍ଶ ଦେଇଛନ୍ତି । ଏକ ସାକ୍ଷାତକାରରେ ସେ ଶରଦ ପାୱାରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ସେ ଜଣେ ବୁଦ୍ଧିମାନ ବ୍ୟକ୍ତି । ୨ଥର ପ୍ରଧାନମନ୍ତ୍ରୀ ହେବା ସୁଯୋଗ ସେ ହାତଛଡା କରିଛନ୍ତି ।

ସେ ଏହି ଦାୟିତ୍ୱ ସୁଚାରୁରୂପେ ତୁଲାଇପାରିଥାନ୍ତେ ବୋଲି ପୁନାୱାଲା କହିଛନ୍ତି । ଏବେ ତାଙ୍କ ବୟସ ହୋଇଗଲାଣି । ରାଜନୀତିରୁ ମୋ ମତରେ ଦୂରେଇ ରହିବ ଭଲ । ୬୦ ବର୍ଷରୁ ଊର୍ଦ୍ଧ୍ୱ ରାଜନୀତି କରିଥିବା ଶରଦ ପାୱାର କିନ୍ତୁ ନିକଟରେ ଅବସର ନେବେ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରି ଦେଇଥିଲେ । ସେ ମୋରାରାଜୀ ଦେଶାଇଙ୍କ ଉଦାହରଣ ଦେଇ ସମସ୍ତଙ୍କୁ ଚୁପ କରି ଦେଇଥିଲେ ।

Comments are closed.