ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ବିଜେପିକୁ ହରାଇବା ପାଇଁ ଅଣ୍ଟା ଭିଡିଛନ୍ତି ବିପକ୍ଷ । ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ମୁମ୍ବାଇରେ ୩୧ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ରେ ହେବ ।ଇତି ମଧ୍ୟରେ ଭାରତୀୟ ଜନତାପାର୍ଟି ଟୁଇଟ କରି ବିପକ୍ଷକୁ ଟାର୍ଗେଟ କରିଛି । ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୁଳନା ହଲିଉଡର ଲୋକପ୍ରିୟ ସାଇନ୍ସ ଫିକ୍ସନ ଫିଲ୍ମ ଟର୍ମିନେଟର ସହ କରିଛନ୍ତି । ବିଜେପି କହିଛି ଟର୍ମିନେଟର ସବୁବେଳେ ଜିତିଥାଏ । ୨୦୨୪ରେ ମୋଦି ପୁଣି ଫେରି ଆସୁଛନ୍ତି ।
ବିଜେପି ଟୁଇଟର ବା ଏକ୍ସରେ ପୋଷ୍ଟର ସେୟାର କରି ଲେଖିଛି, ‘ବିପକ୍ଷକୁ ଲାଗୁଛି ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହରାଇ ଦେବେ । ହେଲେ ବିପକ୍ଷ ସ୍ୱପ୍ନ ଦେଖୁଛନ୍ତି । ସେମାନେ ସ୍ୱପ୍ନ ଦେଖୁଥାନ୍ତୁ । ଟର୍ମିନେଟର ସବୁବେଳେ ଜିତିଥାଏ । ୨୦୨୪ରେ ମଧ୍ୟ ମୋଦି ଆସୁଛନ୍ତି ।’
ପୋଷ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ନିର୍ବାଚନ ଚିହ୍ନ ପଦ୍ମକୁ ମଧ୍ୟ ଦେଖାଇ ମୋଦିଙ୍କୁ ଟର୍ମିନେଟର କହିଛନ୍ତି । ବିଜେପି ଦୃଢତାର ସହ କହିଛି, ‘୨୦୨୪ ! ମୁଁ ନିଶ୍ଚୟ ଆସିବି ।‘
ସେହିପରି ଅନ୍ୟ ଏକ ପୋଷ୍ଟରେ ବିଜେପି କଂଗ୍ରେସର ପୂର୍ବ ଶାସନ କାଳକୁ ‘ମଜବୁର ସରକାର’ ନାମ ଦେଇଛି ।
Comments are closed.