Latest Odisha News

BREAKING NEWS

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଯୁବକଙ୍କୁ ମାରି ଗଛରେ ଝୁଲାଇ ଦେଲେ

ମାଲକାନଗିରି: କୋରୁକୋଣ୍ଡା ଅଞ୍ଚଳରେ ଜଣେ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଉତ୍ତ୍ୟକ୍ତ ସମ୍ପର୍କୀୟମାନେ ନିସ୍ତୁକ ମାଡ଼ ମାରିବା ସହ ହତ୍ୟା କରିବା ପରେ ତାଙ୍କୁ ଓଲଟା ଏକ ଗଛରେ ଝୁଲାଇ ଦେଇଛନ୍ତି। ପୀଡ଼ିତଙ୍କ ନାଁ ଦେବ ମାଡକାମି।

ମିଳିଥିବା ସୂଚନା ଅନୁଯାୟୀ, ଦେବ ତାଙ୍କ ପଡ଼ୋଶୀ ମହିଳାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ମହିଳାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଥାନାରେ ଆଉ ଏତଲା ଦେଇନଥିଲେ। ଆଉ ଆଇନକୁ ନିଜ ହାତକୁ ନେଇ ଆକ୍ରମଣକାରୀକୁ ପାନେ ଦେବାକୁ ଯାଇ ଦେବ ମାଡକାମୀକୁ ସମାନ ପ୍ରକାର ମରଣାନ୍ତକ ଆକ୍ରମଣ କରିବା ସହ ଗଛରେ ଓଲଟା ଝୁଲାଇ ଦେଇଥିବା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଦେବ ଆକ୍ରମଣ କରିଥିବା ମହିଳା ଜଣଙ୍କ କାଲିମେଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଅନ୍ୟୂନ ଚାରି ଜଣଙ୍କୁ ଗିରଫ କରାଯାଇଛି।

Comments are closed.