Latest Odisha News

BREAKING NEWS

ବାପା ହେଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ସୋନମ ଭଟ୍ଟାଚାର୍ଯ୍ୟ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ପାରିବାରିକ ସୂତ୍ର ଓ ମିଡିଆ ରିପୋର୍ଟ୍ସ ଅନୁସାରେ ସୋନମ ଏବେ ବାଙ୍ଗାଲୋରର ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସିତ ହେଉଛନ୍ତି । ଉଭୟ ମାଆ ଏବଂ ପୁଅ ସୁସ୍ଥ ଅଛନ୍ତି । ତେବେ ସୁନୀଲ ଏ ସମ୍ପର୍କରେ ସୋସିଆଲ ମିଡିଆରେ କୌଣସି ସୂଚନା ଦେଇ ନାହାନ୍ତି । ସୋନମଙ୍କ ଭାଇ ତଥା ମହାନ ଫୁଟବଲ ଖେଳାଳି ସୁବ୍ରତ ଭଟ୍ଟଚାର୍ଯ୍ୟଙ୍କ ପୁତ୍ର ସାହେବ ଭଟ୍ଟାଚାର୍ଯ୍ୟ ମଧ୍ୟ ଏ ସମ୍ପର୍କରେ କୌଣସି ସୂଚନା ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

ବୋଧହୁଏ ସୁନୀଲ ତାଙ୍କ ପୁତ୍ର ସମ୍ପର୍କରେ କୌଣସି ପୋଷ୍ଟ ସୋସିଆଲ ମିଡିଆରେ କରିବେ ନାହିଁ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ସେପ୍ଟମ୍ବରରେ ସୋନମ ମାଆ ହେବେ ବୋଲି ଡାକ୍ତର ଡେଟ ଦେଇଥିଲେ । ଏଥିପାଇଁ ସୁନୀଲ ଥାଇଲାଣ୍ଡରେ ହେବାକୁ ଥିବା । କିଙ୍ଗସ କପରୁ ଓହରି ଯାଇଥିଲେ । ସୁନୀଲ ଏସିଆନ ଗେମ୍ସରେ ଭାରତୀୟ ଟିମ ସହ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ।

Comments are closed.