Latest Odisha News

BREAKING NEWS

କେନ୍ଦ୍ର ଅବହେଳା ବିରୋଧରେ ବିଜେଡିର ଅନୁଗୁଳ ଜାତୀୟ ରାଜପଥ ଅବରୋଧ

ଅନୁଗୁଳ: ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ମୁଖ୍ୟତଃ ଜାତୀୟ ରାଜପଥ ଗୁଡିକର ଦୁରବସ୍ଥା ଓ ଏମସିଏଲ ବିସ୍ଥାପନ ନେଇ କରୁଥିବା ଟାଳଟୁଳ ନୀତି ବିରୁଦ୍ଧରେ ଜିଲ୍ଲା ବିଜେଡି ଆନ୍ଦୋଳନ ସ୍ୱରୂପ ଦୁଇ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରିଛି। ବିଜେଡିର କହିବା କଥା ଗତ କିଛି ବର୍ଷ ହେଲା ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ରାଜପଥ ଗୁଡିକର ଅବସ୍ଥା ଶୋଚନୀୟ ହୋଇପଡିଛି। ଏପଟେ ଏମସିଏଲ ଅନୁଗୁଳ ଜିଲ୍ଲାର ଜମିହରା ପ୍ରଜାମାନଙ୍କୁ ଦୁଃଖ କଷ୍ଟ ଦେଇ ଆସୁଛନ୍ତି।

କେନ୍ଦ୍ର ସରକାରଙ୍କ ଥଇଥାନ ନେଇ ରହିଥିବା୨୦୦୬ ପଲିସି ହେଉ କି ୨୦୧୩ ପଲିସିକୁ ସମାଧାନ କରୁନାହାଁନ୍ତି। ଯାହା ଫଳରେ ଜମି ହରାଇଥିବା ଲୋକମାନେ କଷ୍ଟରେ ଅଛନ୍ତି। ୩୦ ବର୍ଷ ହେଲା ଲୋକ ବିସ୍ଥାପନ ପ୍ରକ୍ରିୟାରେ ରହିଥିବା ବେଳେ ଆଜି ଯାଏ ଥଇଥାନ ହୋଇପାରୁନାହାନ୍ତି। ଏମଏସିଏଲ ଲୋକଙ୍କ ପାଇଁ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟ କରୁନାହିଁ। ତାଳଚେର ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ଯୋଗୁଁ ହାର୍ଟ, କିଡନୀ, କ୍ୟାନସର ଭଳି ମାରାତ୍ମକ ରୋଗରେ ପଡୁଛନ୍ତି। ହେଲେ ଏନେଇ କୌଣସି ପ୍ରକାର ଦୃଷ୍ଟି ଦେଉ ନାହିଁ ଏମସିଏଲ।

ଏଥିପାଇଁ ଜିଲ୍ଲା ବିଜେଡି ଏମସିଏଲ ଓ ଜାତୀୟ ରାଜପଥ ବିଭାଗ ଚେତାବନୀ ଦେବାପାଇଁ ପିଟିସି ଛକଠାରେ ଦୁଇ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରିଥିଲା। ସକାଳ ୮ଟାରୁ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ୧୦ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଏହାପରେ ମଧ୍ୟ ଉଭୟ ଲୋକଙ୍କ ହିତ ପାଇଁ ଆଗେଇ ନଆସନ୍ତି ତେବେ ଭବିଷ୍ୟତରେ ଯାହା କ୍ଷୟକ୍ଷତି ହେବେ ସେଥିପାଇଁ ସେହିମାନେ ହିଁ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି ।

Comments are closed.