Latest Odisha News

ବିଦେଶରେ ମୋଦି କ୍ରେଜ..ବ୍ରିଟିଶ ଖବର କାଗଜରେ ପ୍ରଧାନମନ୍ତ୍ରୀଙ୍କ ଭୂରି ଭୂରି ପ୍ରଶଂସା

ନୁଆଦିଲ୍ଲୀ: ବିଦେଶରେ ମୋଦି କ୍ରେଜ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରେ ସାଉଁଟୁଛନ୍ତି ଲୋକପ୍ରିୟତା ।  ବ୍ରିଟେନ ଖବରକାଗଜ ‘ଦ ଟେଲିଗ୍ରାଫ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲିଡରସିପକୁ ଖୁବ ପ୍ରଶଂସା କରାଯାଇଛି । ବ୍ରିଟିଶ ଲେଖକ ବେନ ରାଇଟଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟରେ କୁହାଯାଇଛି, ପ୍ରଧାନମନ୍ତ୍ରୀଙ୍କ ଶାସନ ସମୟରେ ରାଜନୈତିକ ସ୍ଥିରତା ଦେଖିବାକୁ ମିଳିଛି । ଏହା ଦ୍ୱାରା ଆଇନ ବ୍ୟବସ୍ଥା ତଥା ଦେଶର ବୁନିଆଦି ଢାଞ୍ଚାରେ ସୁଧାର ଆଣିବାର ରାସ୍ତା ପରିଷ୍କାର ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ବିଶ୍ୱର ତୃତୀୟ ବୃହତ ଅର୍ଥ ବ୍ୟବସ୍ଥା  କରିବାର ପ୍ରତିଶ୍ରୁତି ଦେଇଛନ୍ତି  । ଏହି ଆଲେଖ୍ୟରେ ଏହାକୁ ଏକ ଯଥାର୍ଥବାଦୀ ଲକ୍ଷ୍ୟ କୁହାଯାଉଛି । ରାଇଟ ଲେଖିଛନ୍ତି,  ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି, ଯଦି ଆଗାମୀ ନିର୍ବାଚନ ସେ ଜିତନ୍ତି ତେବେ ତାଙ୍କ ତୃତୀୟ ପର୍ଯ୍ୟାୟ ଶାସନର ଶେଷ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହେବ । ଏହା ଏକ ମହତ୍ୱପୂର୍ଣ୍ଣ ଲକ୍ଷ୍ୟ  । ଭାରତର ଡିଡିପି ୩.୭ ଟ୍ରିଲିୟନ ଡଲାର ଅଟେ । ଏହାକୁ ୨୦୨୯ ସୁଦ୍ଧା ଜର୍ମାନୀ(୪.୨ ଟ୍ରିଲିୟନ) ଏବଂ ଜାପାନ( ୪.୪ ଟ୍ରିଲିୟନ) ପରି ଦେଶମାନଙ୍କୁ ପଛରେ ପକାଇବା ଆବଶ୍ୟକ ।

ଆଲେଖ୍ୟରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି, ଭାରତ ୨୦୪୭ ସୁଦ୍ଧା ଏହା ଏକ ବିକଶିତ ଦେଶ ହେବ ।। ଯେଉଁ ବର୍ଷ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ ସେହିବର୍ଷ ଦେଶକୁ ଏହି ସଫଳତା ମିଳିବ । ଏହା ଏକ ସାହାସିକ ମହତ୍ୱାକାଂକ୍ଷା ଅଟେ । ଆଇଏମଏଫ ସଂଖ୍ୟା ଅନୁସାରେ, ପ୍ରତ୍ୟେକ ବ୍ୟକ୍ତିଙ୍କର ବାର୍ଷିକ ଆୟ ଆଜିର ୨,୬୦୧ ଡଲାରରୁ ବୃଦ୍ଧି ପାଇ ୨୧, ୬୬୪ରେ ପହଞ୍ଚିବ  ।

ଟେଲିଗ୍ରାଫରେ ଏକଥା ବି କୁହାଯାଇଛି, ପ୍ରଧାମନ୍ତ୍ରୀ ମୋଦିଙ୍କ ପ୍ରଥମ କାର୍ଯ୍ୟକାଳ ଉନ୍ନୟନମୂଳକ ଯୋଜନାରୁ ଆରମ୍ଭ କରିବା ଉପରେ କେନ୍ଦ୍ରିତ ଥିଲା । ଯେମିତିକି, ପୁରା ଦେଶରେ ସମସ୍ତଙ୍କର ବ୍ୟାଙ୍କ ଖାତା ହେବ, ସବସିଡିରେ ରୋଷେଇ ଗ୍ୟାସ ଯୋଗାଣ, ଶୌଚାଳୟ ନିର୍ମାଣ..ଇତ୍ୟାଦି ।୨ୟ ପର୍ଯ୍ୟାୟ କାର୍ଯ୍ୟକାଳରେ ବ୍ୟାବସାୟିକ କାର୍ଯ୍ୟରେ ଉଲ୍ଲେଖନୀୟ କାମ ହୋଇଥିଲା ।

 

 

Comments are closed.