Latest Odisha News

BREAKING NEWS

ବିରାଟ କୋହଲି କରିବେ ବଲିଉଡ ଏଣ୍ଟ୍ରି !

ମୁମ୍ବାଇ: ବଲିଉଡରେ ଏଣ୍ଟ୍ରି କରୁଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ! ଅଭିନେତ୍ରୀ ସୋନମ କପୁରଙ୍କ ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ରେ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ।

କ’ଣ ଆଶ୍ଚର୍ଯ୍ୟ ହୋଇଗଲେକି ? ପଡିଆ ଛାଡି କାହିଁକି ବିରାଟ ବଲିଉଡରେ ପାଦ ଦେଲେ ଏଇ କଥା ଭାବୁଛନ୍ତି କି ? ଯଦି ହଁ ତେବେ ଆମେ ଆପଣଙ୍କୁ କହି ରଖୁଛୁ ସୋନାମଙ୍କ ପିଲ୍ମରେ ନଜର ଆସିବାକୁ ଥିବା ବିରାଟ ପ୍ରକୃତରେ ଅସଲି ନୁହଁନ୍ତି ନକଲି ବିରାଟ ଅଟନ୍ତି ।

ଫିଲ୍ମରେ ବିରାଟ କୋହଲି ଭଳି ଅବିକଳ ଦେଖାଯାଉଥିବା ଏହି ଅଭିନେତାଙ୍କ ନାମ ହେଉଛି ଗୌରବ ଆରୋଡା । ସୋନମ ଫିଲ୍ମର ଏକ ଭିଡିଓ ଶେୟାର୍‌ କରିଛନ୍ତି। ଯେଉଁ ଭିଡିଓରେ ଏକ ମ୍ୟାଚରେ ଭାରତୀୟ ଖେଳାଳିମାନେ ଜଣେ ପରେ ଜଣେ ଆଉଟ୍‌ ହୋଇଯାଉଥିବା ବେଳେ ଡ୍ରେସିଂ ରୁମ୍‌ରେ ବସିଥିବା ବିରାଟଙ୍କ ପାଳି ଆସୁଛି। ସେ ବେକରେ ଜୋୟାଙ୍କ ଫଟୋ ଥିବା ଲକେଟ୍‌ ପିନ୍ଧି ପଡିଆକୁ ଓହ୍ଲାଉଛନ୍ତି।

ତେବେ ବିରାଟଙ୍କ ପରି ଅବିକଳ ଦେଖା ଯାଉଥିବା ଗୌରବ, ଟିକ୍‌ଟକରେ ଭିଡିଓ କରି ଅନେକ ଲୋକପ୍ରିୟତା ଅର୍ଜନ କରିଛନ୍ତି, ଏବେ ଏହି ଫିଲ୍ମରେ ସେ ଏକ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି।

Comments are closed.