Latest Odisha News

BREAKING NEWS

ମହିଳା ଡ଼ାକ୍ତର ନିଜେ ନିଜର କଲେ ଏଣ୍ଡୋସ୍କୋପି

ନୂଆଦିଲ୍ଲୀ: ସାଧାରଣତଃ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଲେ ଏଣ୍ଡୋସ୍କୋପି କରିବାକୁ ଡ଼ାକ୍ତରମାନେ ପରାମର୍ଶ ଦେଇଥାନ୍ତି । କାରଣ ଏଣ୍ଡୋସ୍କୋପି ଦ୍ୱାରା ବିଭିନ୍ନ ରୋଗ ସହଜରେ ଚିହ୍ନଟ ହୋଇପାରିଥାଏ । ଏଣ୍ଡୋସ୍କୋପିରେ ଗଳା ବାଟେ ଏକ କ୍ୟାମେରା ଶରୀର ଭିତରକୁ ଯାଇ ଭିତରେ ଥିବା ରୋଗର ଚିହ୍ନଟ କରିଥାଏ । କିନ୍ତୁ ଏଣ୍ଡୋସ୍କୋପି କରିବା ଏତେ ସହଜ ନୁହେଁ, ଏହା ବହୁତ କଷ୍ଟକର ହୋଇଥାଏ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ମହିଳା ଡାକ୍ତର ନିଜର ଏଣ୍ଡୋସ୍କୋପି ନିଜେ କରୁଥିବା ଦେଖିବାକୁ ମିଳିଛି । ମହିଳା ଡ଼ାକ୍ତରଙ୍କ ଏପରି କାର୍ଯ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭିଡ଼ିଓର କ୍ୟାପସନରେ ଲେଖାଯାଇଛି ଯେ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ଜଣେ ପ୍ରଫେସର ନିଜର ଏଣ୍ଡୋସ୍କୋପି କରୁଛନ୍ତି । ଆଉ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ମହିଳା ଡ଼ାକ୍ତର ଜଣକ ହାତରେ ଏଣ୍ଡୋସ୍କୋପି ମେଶିନ ଧରିଛନ୍ତି । କ୍ୟାମେରାକୁ ପାଟି ବାଟେ ଭର୍ତ୍ତି କରିଛନ୍ତି । ଏହାପରେ ଏଣ୍ଡୋସ୍କୋପି କରୁଛନ୍ତି । ଯେପରି ଲାଗୁଛି କି, ତାଙ୍କୁ ଆଦୌ କଷ୍ଟ ହେଉ ନାହିଁ । ସେ ବହୁତ ଆରାମରେ କ୍ୟାମେରାକୁ ଶରୀର ଭିତରକୁ ନେଇଥିଲେ । ଶରୀରର ଭିତର ଅଂଶକୁ ଦେଖିବାକୁ ଚେଷ୍ଟା କରିଥିଲେ । ଲୋକେଏହି ଭିଡିଓକୁ ଦେଖି ଚକିତ ହୋଇଯାଇଛନ୍ତି । ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି ।

Comments are closed.