Latest Odisha News

ଭାରତରେ କ୍ୟାନ୍ସରର ନକଲି ଔଷଧ ବିକ୍ରି ହେଉଛି, ସତର୍କ କରାଇଲା ଡିସିଜିଆଇ

ନୂଆଦିଲ୍ଲୀ: ଭାରତରେ ଲିଭର ଓ କ୍ୟାନ୍ସର ରୋଗର ନକଲି ଔଷଧ ବଜାରରେ ଘୁରି ବୁଲୁଛି । ଲିଭର ରୋଗ ପାଇଁ ବ୍ୟବହୃତ ହେଉଥିବା ଔଷଧ ଡିଫିଟୋଲିୟୋ ଓ କ୍ୟାନ୍ସରର ବ୍ୟବହ୍ୟତ ଏଡସେଟ୍ରିସ ଇଂଜେକ୍ସନର ନକଲି ପ୍ରତି ସାବଧାନ ରହିବାକୁ ଡିସିଜିଆଇ ସତର୍କତା ସୂଚନା ଜାରୀ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏଥିନେଇ ଆଲର୍ଟ ଜାରୀ କରିଛି । ସେପ୍ଟମ୍ବର ୫ରେ ଭାରତ ସମେତ ୫ଟି ଦେଶରେ ଟେକେଡା ଫାର୍ମାସ୍ୟୁଟିକାଲ କମ୍ପାନୀ ଲିମିଟେଡର ଏଡସେଟ୍ରିସ ଇଂଜେକ୍ସନର ୫୦ ମିଲିଗ୍ରାମର ନକଲି ଭର୍ସନ ବଜାରରେ ଉପଲବ୍ଧ ହୋଇଥିଲା । ରୋଗୀ ଏବଂ ତାଙ୍କ ପରିବାର ଏହାକୁ ବ୍ୟକ୍ତିଗତ ସ୍ତରରେ ଅନଲାଇନରେ ମଗାଇଥାନ୍ତି ।

ବର୍ତମାନ ୮ ପ୍ରକାର ନକଲି ଭର୍ସନ ଉପଲବ୍ଧ ହୋଇଥିବାରୁ ହୂ ଚିନ୍ତାବ୍ୟକ୍ତ କରିଛି । ଏହି ନକଲି ଔଷଧ ବ୍ୟବହାର କରି ରୋଗୀ ସୁସ୍ଥ ହେବା ପରିବର୍ତେ ବିପଦପୂର୍ଣ୍ଣ ସ୍ଥିତିକୁ ଚାଲି ଯାଇଥାଏ । ଖୁବ ଶୀଘ୍ର ମାର୍କେଟରୁ ଏହାକୁ ହଟେଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିସିଜିଆଇ କହିଛି । ସୂଚନାଯୋଗ୍ୟ, ନିକଟରେ ଆବୋଟ କମ୍ପାନୀର ଆଂଟାସିଡ ଡାଇଜେନ ଜେଲକ ୁ ଫେରାଇନେବା ପାଇଁ ନିର୍ଦ୍ଦେଶ ଦେଇଥି ଲା ।

Comments are closed.