ମୁମ୍ବାଇ: ଚେନ୍ନାଇରେ ମରାକକୁମା ନେନଜାମ ନାମରେ ଏକ ମ୍ୟୁଜିକ କନସର୍ଟ ରବିବାର ରାତିରେ ଆୟୋଜିତ ହୋଇଥିଲା । ଏହି କନସର୍ଟରେ ଚର୍ଚ୍ଚିତ କଣ୍ଠଶିଳ୍ପୀ ଏଆର ରେହମାନ ଯୋଗ ଦେଇଥିଲେ । ଏଆର ରେହମାନ ଆସିବା ଶୁଣି ଲୋକଙ୍କ ଉତ୍ସାହ ବଢିବାକୁ ଲାଗିଥିଲା । ଏହି କାର୍ଯ୍ୟକ୍ରମରେ ୪୫ ହଜାର ଦର୍ଶକ ଉପସ୍ଥିତ ଥିଲେ । ହେଲେ ବାହାରେ ଦର୍ଶକଙ୍କ ଅସମ୍ଭାଳ ଭିଡ଼ ଲାଗି ରହିଥିଲା । ଭିଡ଼ ଏପରି ହେଲା ଯେ, ଠେଲାପେଲାରେ ଅନେକ ଆହତ ହେଲେ । ପରିସ୍ଥିତି ଅଣାୟତ ହେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ଅନେକ ଦର୍ଶକ ନିଜର ପ୍ରିୟ କଣ୍ଠଶିଳ୍ପୀ ଏଆର ରେହମାନଙ୍କ ଗୀତ ଶୁଣିବା ପାଇଁ ଟିକେଟ କାଟିଥିଲେ । ହେଲେ ପ୍ରବଳ ଭିଡ଼ ହେବାରୁ ସେମାନଙ୍କୁ କନସର୍ଟ ଭିତରେ ପଶିବାକୁ ଅନୁମତି ଦିଆଯାଇ ନ ଥିଲା । ଫଳରେ ଅନେକ ଦର୍ଶକ ଟିକେଟ କାଟି ମଧ୍ୟ ଶୋ ଦେଖିବାରୁ ନିରାଶ ହେବାକୁ ପଡ଼ିଥିଲା । ତେବେ ଏହି ଦର୍ଶକଙ୍କ ପାଖରେ ଥିବା ଟିକେଟର ମୂଲ୍ୟ ୫ ହଜାର ଟଙ୍କା ଥିବା କୁହାଯାଉଛି ।
ଏହି ଘଟଣାକୁ ନେଇ ଟୁଇଟ କରିଛନ୍ତି କଣ୍ଠଶିଳ୍ପୀ ଏଆର ରେହମାନ । ସେ କହିଛନ୍ତି, ‘ମୋର ପ୍ରିୟ ଚେନ୍ନାଇବାସୀ ଆପଣଙ୍କ ସହିତ ଘଟିଥିବା ଘଟଣା ପାଇଁ ମୁଁ ଦୁଃଖୀତ । ଇଭେଣ୍ଟର ତ୍ରୁଟିପୂର୍ଣ୍ଣ ମ୍ୟାନେଜମେଣ୍ଟ ପାଇଁ ମୋତେ କ୍ଷମା କରିଦେବେ । ଯେଉଁ ଦର୍ଶକମାନେ ଶୋ’ ଦେଖି ପାରି ନାହାନ୍ତି । ସେମାନଙ୍କ ଟିକେଟ ଫିକୁ ଫେରାଇ ଦିଆଯିବ ।
ଏଥିପାଇଁ ଦର୍ଶକଙ୍କୁ ଟିକେଟର କପି arr4chennai@btos.in ରେ ପଠାଇଲେ । ସେମାନେ ସେମାନଙ୍କର ଟିକେଟ ଫି ଫେରସ୍ତ ପାଇବେ । ଏଥିପାଇଁ ଆମର ପୁରା ଟିମ ପ୍ରସ୍ତୁତ ଅଛି । ଟିମ ତତକ୍ଷଣାତ ଆପଣଙ୍କ ଅଭିଯୋଗର ପ୍ରତିକ୍ରିୟା ରଖିବେ ।
Comments are closed.