Latest Odisha News

ଆରପାରିରେ ବଲିଉଡର ହାସ୍ୟାଭିନେତା ବୀରବଲ ଖୋସଲା

ମୁମ୍ବାଇ: ସିନେ ଜଗତ ପାଇଁ ଦୁଃଖଦ ଖବର । ୫୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ହାସ୍ୟାଭିନେତା ବୀରବଲ ଖୋସଲା ଆଉ ନାହାନ୍ତି । ୮୪ ବର୍ଷ ବୟସ୍କ ବୀରବଲ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ମଙ୍ଗଳବାର ସନ୍ଧ୍ୟାରେ ସେ ଶେଷ ନିଃଶ୍ୱାସ  ତ୍ୟାଗ କରିଛନ୍ତି । ଏହି ଖବର ଶୁଣିବା ପରେ ସିନେ ଜଗତରେ ଶୋକର ଲହରୀ ଖେଳି ଯାଇଛି ।

ବୀରବଲ ଖୋସଲାଙ୍କ ମୃତ୍ୟୁ ଖବର ଅଭିନେତା ଜନି ଲିବର ପ୍ରଥମେ ଦେଇଥିଲେ । ଅଭିନେତାଙ୍କ ଅନ୍ତିମ ସଂସ୍କାର ଆଜି କରାଯିବ । ବୀରବଲ ଘନିଷ୍ଠ ବନ୍ଧୁ ତଥା ଅଭିନେତା ରାଜକୁମାର କେନୗଜିୟା କହିଛନ୍ତି, ବାର୍ଦ୍ଧକ୍ୟ ଜନିତ ରୋଗ ସହ ସେ ଦୀର୍ଘଦିନ ଧରି ଲଢୁଥିଲେ ।  ଆଣ୍ଠୁ ଯନ୍ତ୍ରଣା ଯୋଗୁ ସେ ଚାଲି ବୁଲି ପାରୁ ନ ଥିଲେ । ତାଙ୍କର କୌଣସି ଆର୍ଥିକ ସମସ୍ୟା ନ ଥିଲା  । ତାଙ୍କର ପୁଅ ସିଂଗାପୁରରେ ଚାକିରି କରନ୍ତି ।

ବରାବଲଙ୍କ ଅସଲି ନାଁ ହେଉଛି ସୀତନ୍ଦର କୁମାର ଖୋସଲା । ହେଲେ ସେ ବଲିଉଡରେ ବୀରବଲ ନାଁରେ ହିଁ ପରିଚିତ । ୧୯୬୭ରେ ସେ ଉପକାର ଫିଲ୍ମରୁ ନିଜ କ୍ୟାରିଆର ଆରମ୍ଭ କରିଥିଲେ । ସେ ପଞ୍ଜାବୀ, ଭୋଜ ପୁରୀ ଏବଂ ମରାଠୀ ଭାଷାର ଫିଲ୍ମରେ କାମ କରିଛନ୍ତି ।

ମେରା ଗାଁଓ  ମେରା ଦେଶ, ଶୋଲେ, ତପସ୍ୟା, ସଦମା, ଅମୀର ଗରିବ, ରାସ୍ତେ କା ପଥର, ସୁନ ମେରୀ ଲୈଲା, ଅନୀତା, ଇନ୍ସାନ, ଏକ ମହଲ କା ସପନା ହୋ..ଇତ୍ୟାଦି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଏକ ଜବରଦସ୍ତ ସ୍ଥାନ ସୃଷ୍ଟି କରିପାରିଛନ୍ତି । ବିଶେଷ କରି ସୋଲେ’ ସିନେମାରେ  ଅଭିନୟ କରିଥିବା କଏଦୀ ଚରିତ୍ର ପାଇଁ ସେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିପାରିଥିଲେ।

Comments are closed.