ଭୁବନେଶ୍ବର : ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ତଥା ଓଡ଼ିଆ ଜାତିର ଗର୍ବ ଓ ଗୌରବ ଦାସରଥି ପଟ୍ଟନାୟକଙ୍କ ( ଦାସିଆ ଅଜା)ଙ୍କ ୨୬ ତମ ତିରୋଧାନ ଦିବସ ହରେକୃଷ୍ଣ ମହତାବ ରାଜ୍ଯ ଗ୍ରନ୍ଥାଗାରରେ ପାଳିତ ହୋଇଯାଇଛି। ଗ୍ରନ୍ଥାଗାରର ନିର୍ଦ୍ଦେଶକ ଦିଲୀପ ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ସ୍ଵତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
ଦାସିଆ ଅଜାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସ୍ୱପ୍ନ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରିବା ସହିତ ଗ୍ରନ୍ଥାଗାର ସମ୍ମୁଖରେ ତାଙ୍କର ଏକ ପୂର୍ଣ୍ଣ ପ୍ରତିକୃତି ସ୍ଥାପନ କରିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ପ୍ରକାଶ ପାଇଥିଲା।