ନୂଆଦିଲ୍ଲୀ: ଭାରତରେ ଜି-୨୦ ଶିଖର ସମ୍ମିଳନୀର ସଫଳତା ଉପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ବଡ ଘୋଷଣା କରିଛନ୍ତି। ଉଜ୍ଜଳା ଯୋଜନା ଅନୁଯାୟୀ ମାଗଣାରେ ମହିଳାଙ୍କୁ ୭୫ ଲକ୍ଷରୁ ଅଧିକ ଏଲପିଜି ସଂଯୋଗ ଦିଆଯିବ। ଆଗାମୀ ୩ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୬ ପର୍ଯ୍ୟନ୍ତ, ଏହି ଯୋଜନା ଅଧୀନରେ ଗ୍ୟାସ ସଂଯୋଗ ଦିଆଯିବ। ଏଥିରେ ରିଫିଲ ମାଗଣା ରହିବା ସହ ଏହାର ଖର୍ଚ୍ଚ ତୈଳ କମ୍ପାନୀ ବହନ କରିବ।
ପ୍ରଥମ ଯୋଜନା ହେଉଛି ମାଗଣା ଗ୍ୟାସ ସଂଯୋଗ ଏବଂ ଦ୍ୱିତୀୟ ସଂଯୋଗ ହେଉଛି ସରକାର ଇ-କୋର୍ଟ ଉପରେ ଅଧିକ ଗୁରୁତ୍ୱ ଦେବା। ଅନୁରାଗ ଠାକୁର କହିଛନ୍ତି ଯେ ଏହି ବୈଠକରେ ଇ-କୋର୍ଟ ମିଶନ ମୋଡ ପ୍ରକଳ୍ପର ପର୍ଯ୍ୟାୟ-୩ କୁ ଅନୁମୋଦନ କରାଯାଇଛି। ପ୍ରାୟ ୭,୨୧୦ କୋଟି ଟଙ୍କା ବ୍ୟୟରେ ଏହା ସମ୍ପୂର୍ଣ୍ଣ ହେବ। ଏଥିରୁ ଲୋକମାନେ ବହୁ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଏହି ଯୋଜନା ଅଧିନରେ ଅନଲାଇନ ଓ ପେପରଲେସ କୋର୍ଟ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରହିଛି। ଏହାଦ୍ୱାରା ନ୍ୟାୟିକ ବ୍ୟବସ୍ଥା ଅଧିକ ସ୍ବଚ୍ଛ ରହିବା ସହ ପେପରଲେସ୍ କୋର୍ଟ ପାଇଁ ଇ-ଫାଇଲ ଏବଂ ଇ-ପେମେଣ୍ଟ ସିଷ୍ଟମ ହେବ। ସେହିପରି ତଥ୍ୟ ସଂରକ୍ଷଣ ପାଇଁ କ୍ଲାଉଡ ଷ୍ଟୋରେଜର ମଧ୍ୟ ବ୍ୟବହାର କରାଯିବ। ସବୁ କୋର୍ଟ ପରିସରରେ ୪୪୦୦ ଇ-ସେବା କେନ୍ଦ୍ର ସ୍ଥାପନ କରାଯିବ।
Comments are closed.