Latest Odisha News

BREAKING NEWS

ନିଆରା ଢଙ୍ଗରେ ଜୀବନସାଥୀ ଖୋଜୁଛନ୍ତି ଯୁବତୀ, ଛକ ଓ ମଲ ଆଗରେ ବ୍ୟାନର ଧରି ଠିଆ ହେଉଛନ୍ତି

ନ୍ୟୁୟର୍କ: ସାଧାରଣତଃ ଲୋକମାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ବୟସରେ ଏକାକୀ ଜୀବନ ବିତାଇବା କଷ୍ଟକର ହୋଇପଡ଼େ । ଏହି ବୟସରେ ସେମାନେ ନିଜ ପାଇଁ ଭଲ ସାଥୀଟିଏ ଖୋଜିବା ଆରମ୍ଭ କରନ୍ତି । ହେଲେ ଅତି ସହଜରେ ଜୀବନସାଥୀଟିଏ ପାଇବା ସମ୍ଭବ ହୋଇ ନ ଥାଏ । କେହି ଏଥିରେ ସଫଳ ହେଉଥିବା ବେଳେ ଆଉ କିଏ ନିରାଶ ହୋଇଥାନ୍ତି । ଆଉ କିଛି ସାଥୀ ଖୋଜିବା ପାଇଁ ବିଭିନ୍ନ ପଦ୍ଧତି ଗ୍ରହଣ କରିଥାନ୍ତି । ନିକଟରେ ଆମେରିକାର ଜଣେ ଯୁବତୀ ନିଆରା ଢଙ୍ଗରେ ନିଜ ପାଇଁ ସାଥୀଟିଏ ଖୋଜୁଛନ୍ତି । ତାଙ୍କର ଏପରି କାର୍ଯ୍ୟକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

୨୯ ବର୍ଷୀୟା କରୋଲିନା ଗିଟ୍ସ ନାମକ ଜଣେ ଯୁବତୀ ନ୍ୟୁୟର୍କର ମ୍ୟାନହଟନରେ ରୁହନ୍ତି । ଦେଖିବାକୁ ସେ ବହୁତ ସୁନ୍ଦର । ୨ ବର୍ଷ ହେଲାଣି ସେ ତାଙ୍କ ପାଇଁ ଜଣେ ଜୀବନସାଥୀଟିଏ ଖୋଜୁଛନ୍ତି । ହେଲେ ସେ କୌଣସି ଡେଟିଂ ଆପ୍ କିମ୍ବା ମ୍ୟାଟ୍ରିମୋନିଆଲ୍ ସାଇଟରେ ସାଥୀଟିଏ ଖୋଜୁ ନାହାଁନ୍ତି । ବରଂ ଖୋଜୁଛନ୍ତି ଏକ ବ୍ୟାନର ଧରି । ଏଥିପାଇଁ ସେ ନିଜେ ଏକ ବ୍ୟାନର ପ୍ରସ୍ତୁତ କରିଛନ୍ତି । ଆଉ ସେଥିରେ ଲେଖିଛନ୍ତି, ‘ଲୁକିଂ ଫର ଏ ହଜ୍‌ବ୍ୟାଣ୍ଟ’ ଓ ‘ମ୍ୟାରି ମି’ । ସେ ଏହି ବ୍ୟାନରକୁ ଧରି ରାସ୍ତାରେ ଯିବା ସହ ବିଭିନ୍ନ ଛକ ଓ ମଲ ଆଗରେ ଠିଆ ହେଉଛନ୍ତି । ହେଲେ ତାଙ୍କୁ ଏ ପର୍ଯ୍ୟନ୍ତ କେହି ସେପରି ଜୀବନସାଥୀଟିଏ ମିଳିପାରି ନାହାନ୍ତି ।

 

Comments are closed.