Latest Odisha News

BREAKING NEWS

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଜେଟ୍ ଏୟାରଓ୍ବେଜ ପ୍ରତିଷ୍ଠାତା

ମୁମ୍ବାଇ: ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗୁରୁବାର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ସେପ୍ଟେମ୍ବର ୨୯ ଯାଏଁ ପଠାଇ ଦେଇଛନ୍ତି। କାନାରା ବ୍ୟାଙ୍କରେ ୫୩୮ କୋଟି ଟଙ୍କାର ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ, ମନି ଲଣ୍ଡରିଂ ନିରୋଧ ଆଇନ (ପିଏମ୍ଏଲ୍ଏ) ଅନୁଯାୟୀ ସେପ୍ଟେମ୍ବର ୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୋଏଲଙ୍କୁ ଗିରଫ କରିଥିଲା।

ଗୋୟଲ ତାଙ୍କ ପାରିବାରିକ ଡାକ୍ତର ଏବଂ ବ୍ୟକ୍ତିଗତ ଡାକ୍ତରଙ୍କୁ ତାଙ୍କ ପାଖକୁ ପ୍ରତିଦିନ ଯିବା ପାଇଁ ଅନୁମତି ଦେବାକୁ ଆବେଦନ କରିଥିଲେ। ଆର୍ଥର ରୋଡ ଜେଲର ଜେଲ ସୁପରିଟେଣ୍ଡେଣ୍ଟ ଓ ଏହାର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ।

ଗୋୟଲ ପରିବାର ଏବଂ ଓକିଲଙ୍କ ପରିଦର୍ଶନ ପାଇଁ ଦୈନିକ ଏକ ଘଣ୍ଟା, ସ୍ୱତନ୍ତ୍ର ଘର ଖାଦ୍ୟ ଏବଂ ବିଛଣା ପାଇଁ ଆବେଦନ କରିଥିଲେ। ଏହି ଆବେଦନର ଶୁଣାଣି କରି କୋର୍ଟ ଜେଲ୍ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କରିଛନ୍ତି।

Comments are closed.