Latest Odisha News

ଡାକ୍ତରଙ୍କ ଷ୍ଟିକର ବ୍ୟବହାର କରି କାରରେ ଗଞ୍ଜେଇ ଚାଲାଣ, ତିନି ଗିରଫ

ସମ୍ବଲପୁର: କାରରେ ଡାକ୍ତରଙ୍କ ଷ୍ଟିକର ଲଗାଇ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଏକ କାରରୁ ପ୍ରାୟ ଏକ କ୍ୱିଣ୍ଟାଲ ଓଜନର ଗଞ୍ଜେଇ ଜବତ କରିବା ପରେ ତିନି ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି।

ସମ୍ବଲପୁର-ସୋନପୁର ୧୫ ନମ୍ବର ଜାତୀୟ ରାଜପଥର ଗୁଣ୍ଡେରପୁର ଠାରେ ଅବକାରୀ ବିଭାଗ କର୍ମଚାରୀମାନେ ଚେକିଂ କରୁଥିବା ସମୟରେ ଉତ୍ତରପ୍ରଦେଶ ନମ୍ବର ଥିବା ଏକ କାରକୁ ଅଟକାଇଥିଲେ। ଚୋରା ଚାଲାଣକାରୀମାନେ ରାସ୍ତାରେ ଅଟକି ରହିବାରୁ ରକ୍ଷା ପାଇବା ପାଇଁ ଡାକ୍ତରମାନେ ବ୍ୟବହାର କରୁଥିବା ଷ୍ଟିକର ଲଗାଇ ଥିଲେ। କାରରେ ତିନି ଜଣ ଯାତ୍ରୀ ଥିଲେ।

ସେମାନଙ୍କ ଆଚରଣକୁ ସନ୍ଦେହଜନକ ମନେ କରି ଅଧିକାରୀମାନେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପରେ ୫୦ଟି ପ୍ୟାକେଟରେ ପ୍ରାୟ ଏକ କ୍ୱିଣ୍ଟାଲ ଓଜନର ଗଞ୍ଜେଇ ଜବତ କରିଥିଲେ। ଏହି ପ୍ୟାକେଟ୍ଗୁଡ଼ିକ ଶାଢ଼ି ପ୍ୟାକେଟ୍ ସହ ସମାନ ଥିଲା। ଏହି ଘଟଣାରେ ଅବକାରୀ ଟିମ୍ ତିନି ଜଣଙ୍କୁ ଗିରଫ କରିଛି। କୋରାପୁଟ ଜିଲ୍ଲା ଶିମିଳିଗୁଡ଼ା ଅଞ୍ଚଳରୁ ଗଞ୍ଜେଇ ପ୍ୟାକେଟ୍ କିଣି ଉତ୍ତରପ୍ରଦେଶ ଓ ରାଜସ୍ଥାନର ବିଭିନ୍ନ ସହରକୁ ଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଏନେଇ ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟଙ୍କୁ ପଚାରିବାରୁ ସେ କହିଛନ୍ତି, ଆଗକୁ ପାର୍ବଣ ଋତୁ ଥିବାରୁ ଆମେ ଚେକିଙ୍କୁ ଜୋରଦାର କରିଛୁ।

ଗୁରୁବାର ଇନ୍ସପେକ୍ଟର ଶଶିକାନ୍ତ ଦତ୍ତଙ୍କ ନେତୃତ୍ୱରେ ଏକ ଟିମ୍ ଗୁଣ୍ଡେରପୁର ଠାରେ ଏକ କାରକୁ ଅଟକାଇଥିଲେ। ସେମାନଙ୍କ ଆଚରଣ ସନ୍ଦେହଜନକ ଥିବାରୁ ଗାଡ଼ିକୁ ଯାଞ୍ଚ କରାଯାଇ ଗଞ୍ଜେଇ ପ୍ୟାକେଟ୍ଗୁଡ଼ିକୁ ଜବତ କରାଯାଇଥିଲା। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା ହେବ। ସେମାନେ ଡାକ୍ତରଙ୍କ ଦ୍ୱାରା ବ୍ୟବହୃତ ଷ୍ଟିକରକୁ ଆମ ଆଖିରେ ଧୂଳି ଦେବା ପାଇଁ ବ୍ୟବହାର କରିଥିଲେ।

Comments are closed.