Latest Odisha News

BREAKING NEWS

ମାନଚିତ୍ର ଦେଖାଇ ୟୁଏଇର ଉପ-ପ୍ରଧାନମନ୍ତ୍ରୀ କହିଲେ ‘ପାକ ଅଧିକୃତ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ’

ନୂଆଦିଲ୍ଲୀ:ପାକ ଅଧିକୃତ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଏହା ସ୍ୱୀକାର କରିଛି ପାକିସ୍ତାନର ପୂର୍ବତନ ସହଯୋଗୀ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ । ୟୁଏଇର ଉପ-ପ୍ରଧାନମନ୍ତ୍ରୀ ସୈଫ ବିନ୍ ଜାଏଦ ଅଲ ନାହାନ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡରର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସମଗ୍ର ଜାମ୍ମୁ କାଶ୍ମୀରକୁ ଭାରତର ଏକ ଅଂଶ ଭାବରେ ଦର୍ଶାଯାଇଛି । ଏହି ଭିଡିଓ ଭାଇରାଲ ହେବା ପରେ ପାକିସ୍ତାନକୁ ଲାଗିଛି ବଡ ଧକ୍କା ।

ବିଶ୍ୱସ୍ତରୀୟ ମଞ୍ଚରେ ଭାରତ ବିରୋଧରେ ବିଷ ଉଗାଳିବାର କୌଣସି ସୁଯୋଗର ହାତଛଡା କରୁ ନ ଥିବା ପାକିସ୍ତାନକୁ ଏହା ଏକ ଶକ୍ତ ଧକ୍କା ସଦୃଶ । ବିଶ୍ୱ ଦରବାରେ ବୁଲି ବୁଲି କଶ୍ମୀର ପ୍ରସଙ୍ଗ ଉଠାଉଥିବାବେଳେ ଆରବ ଏମିରେଟ୍ସର ଉପପ୍ରଧାନ ମନ୍ତ୍ରୀ ପାକିସ୍ତାନର ଏହି ଦାବିକୁ ଅମୂଳକ ବୋଲି ପ୍ରମାଣିତ କରି ଦେଇଛନ୍ତି ।

ଭିଡିଓରେ ସୈଫ ବିନ୍ ଜାଏଦ ଅଲ ନାହାନ  ମାନଚିତ୍ର ଦେଖାଇ PoK ଏବଂ ଆକସାଇ ଚିନକୁ  ଭାରତର ଏକ ଅଂଶ ଭାବରେ ଦର୍ଶାଇଛନ୍ତି। ଖାଲି ୟୁଏଇ ନୁହେଁ,  କାଶ୍ମୀର ପ୍ରସଙ୍ଗରେ ଏବେ ଏକାଧିକ ଇସଲାମୀୟ ଦେଶ  ନିଜର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିଛନ୍ତି ଏବଂ ଭାରତକୁ ସମର୍ଥନ ଦେଉଛନ୍ତି ।  ଏହା ପାକିସ୍ତାନ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି।

ସୂଚନାଥାଉ କି, ୟୁଏଇର ଏକ ରିୟଲ ଇଷ୍ଟେଟ ଡେଭଲପର ଏମ୍ମାର ଶ୍ରୀନଗରରେ ୧୦ ଲକ୍ଷ ବର୍ଗଫୁଟ ଜାଗାରେ ଏକ ମେଗା ମଲରେ ନିବେଶ କରିବାକୁ ଯାଉଛି । କାଶ୍ମୀରରେ ନିବେଶ କରୁଥିବା ଏହା ପ୍ରଥମ ବିଦେଶୀ କମ୍ପାନୀ । ୨୦୧୯ରେ ଜମ୍ମୁକାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହଟିବା ପରେ ୟୁଏଇ ଏହି ନିବେଶ ପାଇଁ ଘୋଷଣା କରିଥିଲା । ଏହି ମଲ ପାଇଁ ଏମ୍ମାର ୨୫୦ କୋଟି ନିବେଶ କରିବ । ଏଠାରେ ୫୦୦ରୁ ଅଧିକ ମଲ ରହିବ ଯାହା ଏହି ଅଞ୍ଚଳର ସବୁଠାରୁ ବଡ ମଲ ହେବ ।

Comments are closed.