ନୂଆଦିଲ୍ଲୀ: ବିଶ୍ୱରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ଚିକିତ୍ସା ପାଇଁ ଡାକ୍ତରମାନେ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରିଥାନ୍ତି । ଦୈନିକ ଭାସ୍କରରେ ପ୍ରକାଶିତ ଏକ ଖବର ଅନୁସାରେ ଜଣେ ଡାଇବେଟିସ ରୋଗୀକୁ ତାର ମନପସନ୍ଦର ସଙ୍ଗୀତ ଶୁଣାଇଲେ ଏହା ଇନସୁଲିନ ସଦୃଶ କାର୍ଯ୍ୟ କରିଥାଏ । ଅବଶ୍ୟ ଏହାର ସତ୍ୟତା ନେଇଥ ଓଡିଶା ସମ୍ବାଦ ପକ୍ଷରୁ କୌଣସି ପୃଷ୍ଟି କରାଯାଉ ନାହିଁ । ଉକ୍ତ ରିପୋର୍ଟ ଅନୁସାରେ ଡାଇବେଟିସ ଯୋଗୁ ଶରୀରର ଇନସୁଲିନ ପ୍ରସ୍ତୁତ କରିବା କ୍ଷମତା ଘଟି ଯାଇଥାଏ । ଏହା ଦ୍ୱାରା ରକ୍ତରେ ଗ୍ଲୁକୋଜର ମାତ୍ର ବୃଦ୍ଧି ପାଇଥାଏ । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଇନସୁଲିନ ଓ ଅନ୍ୟ କୃତ୍ରିମ ଉପାୟ ଅବଲମ୍ବନ କରାଯାଇଥାଏ ।
କ୍ଲାସିକାଲ ମ୍ୟୁଜିକ ଓ ଗୀଟାର ଧୂନ ତୁଳନାରେ ରକ ମ୍ୟୁଜିକ ବେଶୀ ଉପକାରୀ ସାବ୍ୟସ୍ତ ହେଉଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଧୀମା କିମ୍ବା ଉଚ୍ଚ ଶବ୍ଦ ବିଶେଷ ଫାଇଦା ସୃଷ୍ଟି କରି ନ ଥିଲା । ଡାଇବେଟିସ ଏକ ମାରାତ୍ମକ ରୋଗ । ଏଥିପ୍ରତି ସର୍ତକତା ସର୍ବଦା ଜରୁରୀ । ଡାକ୍ତରଙ୍କ ପରାମର୍ଶ ବିନା କୌଣସି ପଦକ୍ଷେପ ନେବା ଉଚିତ ନୁହେଁ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
Comments are closed.