Latest Odisha News

BREAKING NEWS

ଅନ୍ଦୋଳନରତ ଶିକ୍ଷକଙ୍କୁ ଭେଟିଲେ ରାଜ୍ୟ ସଭାପତି ମନେମାହନ ସାମଲ, ତାଙ୍କ ଦାବିକୁ କଲେ ସମର୍ଥନ

ମାଲକାନଗିରି: ମାଲକାନଗିରି ଜିଲା ଗସ୍ତ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏଠାରେ ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ସାମିଲ ହୋଇଥିଲେ । ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଇ ଶହୀଦଙ୍କ ସ୍ମୃତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆହ୍ୱାନ ଦେଇଛନ୍ତି । ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରିଛନ୍ତି । ଏହି ମାଟି ଦିଲ୍ଳୀ ଯିବ, ସେଠାରେ ଶହୀଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ । ଏହି ସ୍ମାରକୀ ଦେଶମାତୃକା ପାଇଁ ସର୍ବୋଚ୍ଚ ବଳିଦାନ କରିଥିବା ବୀର ଯବାନମାନଙ୍କ ପାଇଁ ଶେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି ।

ଶନିବାର ସକାଳେ ରାଜ୍ୟ ସଭାପତି ମନମୋହନ ସାମଲ କୋରାପୁଟଠୋର ପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ପରେ ୧୯୬୫ ମସିହାରେ ପଞ୍ଜାବଠାରେ ଘଟିଥିବା ଯୁଦ୍ଧରେ ଦେଶ ପାଇଁ ବଳିଦାନ ଦେଇଥିବା ଓଡ଼ିଶାର ପ୍ରଥମ ସିଗ୍ନାଲମ୍ୟାନ କୋରାପୁଟ ଜିଲ୍ଲାର ଯୋସୁଦାନ ଖୋସଲାଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏଥିସହ ତାଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧନା କରିବା ସହ ତାଙ୍କ ଘରୁ ମାଟି ଆଣି ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିôଲ । ସେହିପରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଶହୀଦ ସୁନୀଲ କୁମାର ରାଉଳ ଏବଂ ଶହୀଦ ଶିବବ୍ରତ ଦାସଙ୍କ ଘରକୁ ଯାଇ ତାଙ୍କ ପରିବାରଙ୍କୁ ସମ୍ବର୍ଦ୍ଧନା କରିବା ସହ ମାଟି ସଂଗ୍ରହ କରିଥିଲେ ।

ଏହାପରେ ବିଭିନ୍ନ ଦାବି ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରୁଥିବା ଶିକ୍ଷକମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଭେଟିଥିଲେ । ତାଙ୍କ ଦାବି ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆନ୍ଦୋଳନରତ ଶିକ୍ଷକମାନଙ୍କ ସମସ୍ତ ଦାବି ପ୍ରତି ଭାରତୀୟ ଜନତା ପାର୍ଟିର ପୂର୍ଣ୍ଣ ସମଥର୍ନ ରହିଛି ବୋଲି ସେ କହିଥିଲେ । ଜୟପୁର ବିଧାନସଭାର ବାରିଣୀପୁଟ ଛକଠାରୁ ସନ୍ଧ୍ୟା ସମ୍ମିଳନୀ ଗୃହ ପର୍ଯ୍ୟନ୍ତ ବାଇକ ରାଲି ସହ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଥିଲେ ।

ଏହି ଅବସରରେ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ବିଧାୟକ ଆଦିତ୍ୟ ମାଢୀ, ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାଏକ, ରାଜ୍ୟ ସଂପାଦକ ସରୋଜ କର, ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ କାଳିରାମ ମାଝୀ, ପୂବର୍ତନ ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ଜିଲ୍ଲା ସଭାପତି ନିମାଇ ପାଲ, ପୂବର୍ତନ ଜିଲ୍ଲା ସଭାପତି ଗୁରୁଚରଣ ମହାନ୍ତି ଓ ଅଶୋକ ପରିଡା ପ୍ରମୁଖ ଉପସ୍ଥିତ ଥେôଲ ।

Comments are closed.