ମୁମ୍ବାଇ: ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍ପି ରାଘବ ଚଢା । ଆସନ୍ତା ୨୪ ତାରିଖରେ ଉଦୟପୁରରେ ଉଭୟ ପଞ୍ଜାବୀ ରୀତିନୀତି ଅନୁଯାୟୀ ବିବାହ କରିବେ । ବିବାହ ଅଳ୍ପ ଦିନ ଥିବାରୁ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏମାନଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ନିକଟରେ ପରିଣୀତି ବିମାନବନ୍ଦରରେ ନଜର ଆସିଥିଲେ । ଏହି ସମୟରେ ପରିଣୀତି ମୁଣ୍ଡରେ ଏକ କ୍ୟାପ ପିନ୍ଧିଥିଲେ, ଯେଉଁଥିରେ ତାଙ୍କ ଭବିଷ୍ୟତର ସ୍ୱାମୀ ରାଘବଙ୍କ ନାମର ପ୍ରଥମ ଅକ୍ଷର ଆର ଲେଖାଥିଲା । ତାଙ୍କର ଏହି କ୍ୟାପ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପ୍ରଶଂସକମାନେ ତାଙ୍କର ଏହି ଲୁକକୁ ବହୁତ ପସନ୍ଦ କରିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଆସନ୍ତା ୨୪ ତାରିଖରେ ଉଭୟ ପଞ୍ଜାବୀ ରୀତିନୀତିରେ ବିବାହ କରିବେ । ସେମାନଙ୍କ ବିବାହ ରାଜସ୍ଥାନର ଉଦୟପୁରର ଲିଲା ଓ ତାଜ୍ ଲେକ୍ ପ୍ୟାଲେସ୍ରେ ଧୁମ୍ଧାମ୍ରେ ଅନୁଷ୍ଠିତ ହେବ । ଏହି ବିବାହ କାର୍ଯ୍ୟ ସେପ୍ଟେ୍ଟମ୍ବର ୨୩ରୁ ଆରମ୍ଭ ହୋଇ ୨୪ ସେପ୍ଟେ୍ଟମ୍ବର ପର୍ଯ୍ୟନ୍ତ ଚାଲିବ । ୨୩ ତାରିଖରେ ପରିଣୀତି-ରାଘବଙ୍କ ହଳଦୀ, ମେହେନ୍ଦି ଏବଂ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ୨୪ ତାରିଖ ଦିନରେ ବିବାହ ଆୟେଜିତ ହେବ । ସନ୍ଧ୍ୟା ରିସେପ୍ସନ ଦିଆଯିବ । ବିବାହରେ ଯୋଗଦେବା ପାଇଁ ସମ୍ପର୍କୀୟମାନେ ୨୨ ତାରିଖରେ ଉଦୟପୁରରେ ପହଞ୍ଚିବେ ।
ବିବାହରେ କେବଳ ପରିବାର ଲୋକ ଏବଂ କିଛି ଖାସ୍ ବନ୍ଧୁ ଯୋଗ ଦେବେ । ସେମାନଙ୍କ ରହିବା ଲାଗି ଉଦୟପୁରସ୍ଥିତ ଉଦୟବିଲାସ ହୋଟେଲ ସମେତ ଆଖପାଖରେ ଥିବା ତିନିଟି ହୋଟେଲ ବୁକ କରାଯାଇଛି । ଏଥିରେ ୫୦ରୁ ଅଧିକ ରାଜନେତା, ଷ୍ଟାର, ଭିଆଇପି ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନେ ବି ସାମିଲ ରହିବେ ବୋଲି କୁହାଯାଉଛି ।
କିଛି ଦିନ ଧରି ଉଭୟ ପରସ୍ପରକୁ ଡେଟିଂ କରିବା ପରେ ଗତ ମେ ୧୩ ତାରିଖରେ ନିର୍ବନ୍ଧରୀତି ଅନୁଷ୍ଠିତ ହୋଇଥିଲା । ଏହି ନିର୍ବନ୍ଧ କାର୍ଯ୍ୟକ୍ରମ ଦିଲ୍ଲୀ କପୁରତାଲାରେ ଥିବା ରାଘବ ଚଢାଙ୍କ ଘରେ ଆୟୋଜିତ ହୋଇଥିଲା । ରାଘବ ଏବଂ ପରିଣୀତି ପରସ୍ପରକୁ କଲେଜ ବେଳୁ ଜାଣିଥିଲେ ।
Comments are closed.