ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ । ସଂସଦର ୭୫ ବର୍ଷର ଯାତ୍ରା ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମେତ ୪ଟି ବିଲ ଉପରେ ଆଲୋଚନା ହେବାର ସୂଚନା ରହିଛି । ଏତଦବ୍ୟତୀତ ପ୍ରିଭଲେଜ୍ କମିଟି ଦ୍ବାରା ୬ଟି ରିପୋର୍ଟ ଉପସ୍ଥାପନ କରାଯିବ । ଏହା ୫ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ୫ଟି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ସଂସଦର ସ୍ବତନ୍ତ୍ର ଅଧିବେଶରେ ଓ୍ବାନ ନେସନ ଓ୍ବାନ୍ ନିର୍ବାଚନ, ମହିଳା ସଂରକ୍ଷଣ , ୟୁନିଫର୍ମ ସିଭିଲ କୋଡ୍ ସମେତ ଅନେକ ସାମ୍ବିଧାନିକ ସଂଶୋଧନ ସହ ବିଲ ଆଗତ କରାଯିବାର ଅନୁମାନ କରାଯାଉଛି । ଏହାପୂର୍ବରୁ ଗତକାଲି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ନୂତନ ଭବନରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆଜି ପ୍ରଥମ ଦିନର ପ୍ରକ୍ରିୟା ପୁରୁଣା ସଂସଦରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ନୂତନ ସଂସଦରେ କାର୍ଯ୍ୟ ଆରମ୍ଭ ହେବାର ସୂଚନା ରହିଛି ।
Comments are closed.