Latest Odisha News

ବିଘ୍ନନାଶକଙ୍କୁ ଫିଲ୍ମର ଚିତ୍ର ଆଉ ଚରିତ୍ରରେ ସଜେଇଦେଲେ

ନୂଆଦିଲ୍ଲୀ: ଗଣେଷ ପୂଜା ସାରା ଭାରତରେ ଧୂମଧାମରେ ପାଳନ କରାଯାଉଛି । ଘରୋଇ ପରିବେଶଠାରୁ ଆରମ୍ଭ କରି ଅଫିସ, କ୍ଲବ ଏବଂ ଅନ୍ୟ ସମସ୍ତ ସଂସ୍ଥାରେ ମଧ୍ୟ ଏହା ପାଳିତ ହୋଇଛି । ଆଧୁନିକତାର ଚାକଚାକରେ ଦୃଷ୍ଟି ଆକର୍ଷଣ କରିବା ପାଇଁ କେତେକ ସ୍ଥାନରେ ବିଘ୍ନନାଶକଙ୍କୁ ଫିଲ୍ମର ଚିତ୍ର ଆଉ ଚରିତ୍ରରେ ସଜେଇ ଦିଆଯାଉଛି । ଏ ନେଇ ମିଶ୍ର ପ୍ରତିକ୍ରିୟା ମଧ୍ୟ ସୃଷ୍ଟି ହୋଇଛି । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ଏକ ଖବର ଅନୁସାରେ ଗଣପତିଙ୍କୁ ପୁଷ୍ପା, ଆଦିପୂରୁଷ, ବାହୂବଳୀ, କାନ୍ତାରା ଓ କେଜିଏଫ ରୂପରେ ନିର୍ମିତ କରାଯାଇଛି । ଅବଶ୍ୟ ଆଦିପୂରୁଷ, କାନ୍ତାରାରେ ଭଗବାନଙ୍କ ଚିତ୍ର ରହୁଛି..କିନ୍ତୁ ଅନ୍ୟ ଚରିତ୍ରକୁ ଏଥିରେ ରୂପାନ୍ତରିତ କରିବା ଗ୍ରହଣୀୟ ହେଉ ନାହିଁ ।

ଏହି ସବୁ ଫିଲ୍ମର ଚରିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଭକ୍ତି ଓ ମନୋରଞ୍ଜନ ଭିନ୍ନ ଭିନ୍ନ ବିଷୟ । ଅନେକ ଭକ୍ତ ଗଶେଷଙ୍କ ଫିଲ୍ମ ରୂପକୁ ସ୍ପଷ୍ଟ ଭାବେ ନାପସନ୍ଦ କରିଛନ୍ତି । ଅନେକ ରାଜ୍ୟରେ ଏ ଭଳି ରୂପକୁ ନେଇ ବିରୋଧ କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେଉ ନାହିଁ । କେତେକ ସ୍ଥାନରେ ଭଗବାନଙ୍କ ଦୈବ ରୂପକୁ ଏ ଭଳି ଭାବେ ନିର୍ମାଣ କରାଯାଉଛି ଯାହାକୁ ଦେଖି ସମସ୍ତେ ସ୍ତବ୍ଧ ହେଇ ଯାଇଛନ୍ତି ।

Comments are closed.