Latest Odisha News

BREAKING NEWS

ଏସିଆନ ଗେମ୍ସ: ଫୁଟବଲରେ ଚୀନ ନିକଟରୁ ହାରିଲା ଭାରତ

ହାଙ୍ଗଝୋଉ: ଭାରତୀୟ ଫୁଟବଲ ଟିମ ଏସିଆନ ଗେମ୍ସରେ ପ୍ରଥମ ଗ୍ରୁପ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଆୟୋଜକ ଚୀନ ୫-୧ ଗୋଲରେ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଛି । ଚୀନ ପକ୍ଷରୁ ତାଓ କିୟାଙ୍ଗଲୋଙ୍ଗ (୭୨, ୭୫ତମ) ୨ଟି ଗୋଲ କରିଥିବା ବେଳେ ଗିୟାଗୋ ତିୟାନୟୀ, ଡେଇ ୱେଇଜୁନ ଓ ହାଓ ଫେଙ୍ଗ ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ । ଭାରତ ପକ୍ଷରୁ ଏକମାତ୍ର ଗୋଲଟି ୪୫ତମ ମିନିଟରେ ରାହୁଲ କେପି ସ୍କୋର କରିଥିଲେ । ପ୍ରଥମାର୍ଦ୍ଧରେ ଭାରତୀୟ ଟିମ ଭଲ ପ୍ରଦର୍ଶନ କରିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ନିରାଶ କରିଥିଲେ ।

ସୋମବାର ରାତିରେ ଭାରତୀୟ ଟିମ କ୍ରୀଡା ଭିଲେଜରେ ପଂହଚିଥିଲେ । ଉପଯୁକ୍ତ ବିଶ୍ରାମ ନ ପାଇବାରୁ ସେମାନେ କ୍ଳାନ୍ତ ଅନୁଭବ କରୁଥିବା ପରିଲକ୍ଷିତ ହୋଇଥିଲା । ଏପରିକି ଟିମର ବଡି ଲାଙ୍ଗୁଏଜ ମଧ୍ୟ ଭଲ ନ ଥିଲା । ଏବେ ଭାରତକୁ ବାଂଲାଦେଶ ଓ ମ୍ୟାନମାର ବିପକ୍ଷରେ ବିଜୟ ହାସଲ କରିବା ଜରୁରୀ ହୋଇପଡିଛି । ଅନ୍ୟ ଏକ ମ୍ୟାଚରେ ମ୍ୟାନମାର ୪-୨ ଗୋଲରେ ବାଂଲାଦେଶକୁ ପରାସ୍ତ କରିଛି ।

Comments are closed.