କୋରାପୁଟ: ଲାଞ୍ଚ ମାମଲାରେ କୋରାପୁଟ ଜିଲ୍ଲା ଭିଜିଲାନ୍ସ କୋର୍ଟ ଜଣେ ପୂର୍ବତନ ଉନ୍ନୟନ କିରାଣୀଙ୍କୁ 3 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ସିଡିପିଓଙ୍କ କାର୍ଯ୍ୟାଳୟର ପୂର୍ବତନ କିରାଣୀ ପ୍ରକାଶ କୁମାର ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି।
ତଦନ୍ତ ପରେ କୋରାପୁଟ ଭିଜିଲାନ୍ସ ଚାର୍ଜସିଟ୍ ଦାଖଲ କରିଥିଲା। ମାମଲାର ଶୁଣାଣି କରି ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ ଶ୍ରୀ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି 3 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ 5 ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି। ଜରିମାନା ଅନାଦେୟ ଅଧିକ 3 ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାକୁ କୋର୍ଟ ପ୍ରକାଶ ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ସାହୁ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ଏଣିକି ସକ୍ଷମ ଅଧିକାରୀଙ୍କ ଦ୍ୱାରସ୍ଥ ହେବ।
Comments are closed.