Latest Odisha News

BREAKING NEWS

ଆଇସିଏମଆରର ନୂତନ ଷ୍ଟଡିରେ ଖୁଲାସା: ପ୍ରଭାବହୀନ ହେଉଛି ଆଂଟିବାୟୋଟିକ

ମୁମ୍ବାଇ: ଆଇସିଏମଆରର ନୂତନ ଷ୍ଟଡିରେ ଏକ ଚିନ୍ତାଜନକ ତଥ୍ୟ ସମ୍ମୁଖକୁ ଆସିଛି । ନିମୋନିଆ ଓ ସେପ୍ସସିସ ପରି ରୋଗ ପାଇଁ ବ୍ୟବହାର କରାଯାଉଥିବା ଆଂଟିବାୟୋଟିକ ଏବେ ପ୍ରଭାବହୀନ ହେଉଛି । ଆଂଟିବାୟୋଟିକର ଭୂଲ ପ୍ରୟୋଗ ଏହାର ଏକ କାରଣ ଭାବେ ବିବେଚନା କରାଯାଉଛି । ଆଂଟିଭାଇରାଲ ଓ ଆଂଟିଫଂଗଲ ପ୍ରତି ଏହି ଔଷଧ ଆଉ ପୂର୍ବଭଳି କାର୍ଯ୍ୟ କରୁ ନାହିଁ । ଭାରତୀୟ ଆର‌୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଧ ୧ ଜାନୁୟାରୀରୁ ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଦେଶର ୨୧ଟି ପ୍ରତିଷ୍ଠିତ ଡାକ୍ତରଖାନାରୁ ଡାଟା ଏକତ୍ର କରିଥିଲେ । ଏହାକୁ ବିଶ୍ଲେଷଣ କରିବା ପରେ ଉପରୋକ୍ତ ତଥ୍ୟ ସମ୍ମୁଖକୁ ଆସିଛି । ୨୦୧୭ ରିପୋର୍ଟରେ ଇ କୋଲୀ ସଂକ୍ରମଣରେ ୧୦ରୁ ୮ଜଣ ରୋଗୀ କାର୍ବୋପେନନରେ ଠିକ ହୋଇଥିଲେ । ୨୦୨୨ ରିପୋର୍ଟରେ ଏହା ୬କୁ ଖସି ଆସିଛି ।

ଗବେଷଣାରେ ଉଭୟ ରୋଗୀ ଏବଂ ଡାକ୍ତରଙ୍କୁ ସତର୍କତା କରାଯାଇଛି । ଭାରତରେ ୬୦ ପ୍ରତିଶତ ପ୍ରତିରୋଧ କ୍ଷମତା ଥିଲେ ମଧ୍ୟ ଡାକ୍ତର ଆଂଟିବାୟୋଟିକ ବ୍ୟବହାର କରିବା ପାଇଁ ଲେଖି ଦେଇଥାନ୍ତି । ଯାହାକି ଗ୍ରହଣୀୟ ନୁହେଁ । ବିଦେଶରେ ୧୦ରୁ ୨୦ ପ୍ରତିଶତ ପ୍ରତିରୋଧ କ୍ଷମତା ରହିଲେ ରୋଗୀଙ୍କୁ ଏହା ପ୍ରଦାନ କରାଯାଇଥାଏ । ଔଷଧ ଦୋକାନରୁ ମନଇଚ୍ଛା କିଣି କରି ଖାଇବା ମଧ୍ୟ ଏହାର ଏକ ପ୍ରମୁଖ କାରଣ ବୋଲି ରିପୋର୍ଟରେ ଉଲ୍ଳେଖ କରାଯାଇଛି ।

Comments are closed.