Latest Odisha News

BREAKING NEWS

ଏସିଆନ ଗେମରେ ଭାରତର ସ୍ୱର୍ଣ୍ଣିମ ଯାତ୍ରା: ଏୟାର ରାଇଫଲ ଟିମ୍ ଦେଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ହାଙ୍ଗଝୋଡ:ଏସିଆନ ଗେମରେ ଦମଦାର ଯାତ୍ରା ଆରମ୍ଭ କରିଥିଲା ଭାରତ । ସେହି ଯାତ୍ରାର ଏବେ ସ୍ୱର୍ଣ୍ଣିମ ଅଧ୍ୟାୟ । ଅର୍ଥାତ ପଦକ ପରେ ପଦକ ହାତେଇ ଚାଲିଥିବା ଭାରତ ଏବେ ସ୍ୱର୍ଣ୍ଣିମ ଯାତ୍ରା ଆରମ୍ଭ କରିଛି । ଆଜି ଏୟାର ରାଇଫଲ ଟିମ ଭାରତ ପାଇଁ ଛଡାଇ ଆଣିଛନ୍ତି ସ୍ୱର୍ଣ୍ଣ ପଦକ । ଆଜି ରୁଦ୍ରାଂଶ ପାଟିଲ, ଦିବ୍ୟାଂଶ ପନୱାର ଏବଂ ଐଶ୍ୱର୍ଯ୍ୟ ତେମାର ୧୦ମିଟର ଏୟାର ରାଇଫଲ୍ସରେ ହାତେଇଛନ୍ତି ସ୍ୱର୍ଣ୍ଣ ପଦକ । ଖାଲି ସ୍ୱର୍ଣ୍ଣ ପଦକ ପଦକ ହାସଲ କରିନାହାନ୍ତି ବରଂ  ଏହି ତିନିଜଣ କ୍ୱାଲିଫିକେଶନ ରାଉଣ୍ଡରେ ୧୮୯୩.୭ ଅଙ୍କ ହାସଲ କରି ଚୀନ ଖେଳାଳୀଙ୍କ ୱର୍ଲ୍ଡ ରୋକର୍ଡ ଭାଙ୍ଗିଛନ୍ତି ।

ଚୀନ ଖେଳାଳି ବିଶ୍ୱ ଚାମ୍ପୟନସିପ ରେକର୍ଡ  କରିଥିଲେ । ୧୮୯୦.୧ ଅଙ୍କ ସହ ସାଉଥ କୋରିଆ ୨ୟ ସ୍ଥାନରେ ରହିଥିଲା ।   ଚୀନ ୧୮୮୮.୨ ଅଙ୍କ ସହ ତୃତୀୟ ସ୍ଥାନରେ ରହିଲା । କ୍ୱାଲିଫିକୋନରେ ତୃତୀୟ ସ୍ଥାନରେ ରୁଦ୍ରାକ୍ଷ  ଭାରତୀୟ ଟିମ ପାଇଁ ୬୩୧.୬ ଅଙ୍କ ଦେଇଥିବାବେଳେ ଐଶ୍ୱର୍ଯ୍ୟ ୬୩୧.୬ ଏବଂ ଦିବ୍ୟାଂଶ ୬୨୯.୬ ଅଙ୍କ ହାସଲ କରିଥିଲେ । ଭାରତୀୟ ଟିମର ଏହି ପ୍ରଦର୍ଶନ ଚାମ୍ପିୟନ ଚୀନଠାରୁ ନେଇ ଆସିଛି ସ୍ୱର୍ଣ୍ଣ ପଦକ ।

ସେତିକି କୁହେଁ,  ଐଶ୍ଚର୍ଯ୍ୟ  ୧୦ମିଟର ଏୟାର ରାଇଫଲ ବ୍ୟକ୍ତିଗତ ଇଭେଣ୍ଟରେ ବ୍ରୋଞ୍ଚ ପଦକ ପାଇଛନ୍ତି ।  ଦିବ୍ୟାଂଶ ଟପ ୮ରେ ଫିନିଶ କରିଥିଲେ । ତେବେ ଏସିଆନ ଗେମର ନିୟମ ଅନୁଯାୟୀ, ପ୍ରତ୍ୟେକ ଦେଶର କେବଳ ୨ ଜଣ ଖେଳାଳି ଫାଇନାଲ ପାଇଁ କ୍ଲାଲିଫାଏ କରିପାରିବେ । ଏହି କାରଣରୁ ଦିବ୍ୟାଂଶ ରହି ଯାଇଥିଲେ । ଫାଇନାଲରେ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଚ ପଦକ ହାତେଇଥିଲେ ।

ସେପଟେ ରୋଇଂରେ ମଧ୍ୟ ଭାରତକୁ ଦୁଇଟି ପଦକ ମିଳିଛି । ମେନ୍ ଫର ଫାଇନାଲରେ ଯଶୱିନ୍ଦର, ଭୀମ, ପୁନୀତ, ଆଶିଷ ବ୍ରୋଞ୍ଜ ପଦକ ଜିତିଛନ୍ତି । ମେନ୍ କ୍ୱାର୍ଡରପୁଲ ସ୍କଲ୍ସ ଫାଇନାଲରେ ମଧ୍ୟ ବ୍ରୋଞ୍ଜ ମିଳିଛି । ଏଥିସହ ଏସିଆନ୍ ଗେମସରେ ଭାରତର ପଦକ ସଂଖ୍ୟା ୯ରେ ପହଞ୍ଚଛି ।

Comments are closed.