Latest Odisha News

BREAKING NEWS

ଆଦାନୀ ଧାମରା ପୋର୍ଟରେ ‘ଓନାମ’ ଉତ୍ସବ ପାଳିତ

ଧାମରା: ଦକ୍ଷିଣ ଭାରତୀୟ (ମାଲାୟାଲମ)ମାନଙ୍କର ଏକ ପ୍ରସିଦ୍ଧ ବାର୍ଷିକ କୃଷିଭିତ୍ତିକ ପର୍ବ ‘ଓନାମ’ ଆଦାନୀ ଧାମରା ପୋର୍ଟ କମ୍ୟୁନିଟୀ ହଲରେ ଉତ୍ସାହର ସହ ପାଳିତ ହୋଇଯାଇଛି ।

ଏହି ଅବସରରେ ଧାମରା ପୋର୍ଟର ସମସ୍ତ ଅଧିକାରୀ ତଥା ପରିବାର ସଦସ୍ୟ ଏହି ‘ଓନାମ’ ପର୍ବ କୁ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରିଥିଲେ । ଧାମରା ପୋର୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।

ଆଦାନୀ ଧାମରା ବନ୍ଦର ପରିସରରେ ଏହି ପର୍ବ ଜାତି, ଧର୍ମ ନିର୍ବିଶେଷରେ ଏକତ୍ରିତ ହୋଇ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଇଥାଏ । “ଏକତ୍ରିତ ହୋଇ ସମସ୍ତ ପର୍ବକୁ ପାଳନ କରିବା ଦ୍ୱାରା ସମସ୍ତଙ୍କ ମଧ୍ୟରେ ସାମାଜିକ ସଦଭାବନା ଏବଂ ସାଂସ୍କୃତିକ ଏକତାକୁ ମଜଭୁତ କରିଥାଏ” ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ କହିଥିଲେ ।

ଏହି ଅବସରରେ ସ୍ଥାନୀୟ ଅଧିବାସୀ ଉକ୍ତ ସ୍ଥାନକୁ ପୁକାଲାମ-ସାଜସଜ୍ଜାଯୁକ୍ତ ଏକ ଫୁଲ ଦ୍ୱାରା ସଜ୍ଜିତ କରିଥିଲେ । ଲୋକମାନେ ନୂତନ ବସ୍ତ୍ର ପରିଧାନ କରିବା ସଙ୍ଗେ ସଙ୍ଗେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମର ନାମ ଥିଲା ‘ଓନାମ ସନ୍ଧ୍ୟା’ । ଏହି କାର୍ଯ୍ୟକ୍ରମକୁ ସୁନୀଲ ଥୋମାସ, ଧାମରା ପୋର୍ଟ ସୁରକ୍ଷା ମୁଖ୍ୟ ଏବଂ ତାଙ୍କ ଦଳର ସଦସ୍ୟମାନେ ସୁଚାରୂରୂପେ ଆୟୋଜନ କରିଥିଲେ ।

ପୌରାଣିକ କଥାବସ୍ତୁ ତଥା ବୟୋଜୈଷ୍ଠ୍ୟଙ୍କ ଅନୁଯାୟୀ ରାଜା ପ୍ରହ୍ଲାଦଙ୍କ ନାତି ତଥା ମହାଦାନୀ ରାଜା ମହାବଳିଙ୍କ ଗୃହପ୍ରବେଶକୁ ପାଳନ କରିବା ତଥା ତାଙ୍କୁ ସମ୍ମାନ ଦେବାକୁ ଯାଇ ଏହି ‘ଓନାମ’ ପର୍ବ ପାଳନ କରାଯାଇଥାଏ ।

Leave A Reply

Your email address will not be published.