Latest Odisha News

BREAKING NEWS

ପୂର୍ବତନ ବିଧାୟକମାନେ ତୁରନ୍ତ ସରକାରୀ କ୍ୱାର୍ଟର ଛାଡନ୍ତୁ: ବାଚସ୍ପତି

ଭୁବନେଶ୍ୱର: ପୂର୍ବତନ ବିଧାୟକମାନେ ତୁରନ୍ତ ସରକାରୀ ବଙ୍ଗଳା ଛାଡନ୍ତୁ ବୋଲି ସୋମବାର ଦିନ ପ୍ରକାଶ କରିଛନ୍ତି ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ସରକାରୀ କ୍ୱାଟର ଛାଡିଲେ ସେସବୁକୁ ନୂଆ ବିଧାୟକମାନଙ୍କୁ ଆବଣ୍ଟନ କରାଯିବ ବୋଲି ବାଚସ୍ପତି ଏନେଇ ଏକ ପତ୍ର ପୂର୍ବତନ ବିଧାୟକମାନଙ୍କ ନିକଟକୁ ପଠାଇଛନ୍ତି ।

ଆହୁରି ମଧ୍ୟ କ୍ୱାଟର ଛାଡିବାରେ ବିଳମ୍ବ ହେଲେ ସରକାରଙ୍କ ପକ୍ଷରୁ ଉକ୍ତ ଘରକୁ ବିଦ୍ୟୁତ ଓ ଜଳ ସଂଯୋଗ ବନ୍ଦ କରି ଦିଆଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.