ପୁରୀ: ଏବେ ବନ୍ଦେ ଭାରତ ଏକ୍ସପ୍ରେସ ମାତ୍ର ୧୪ ମିନିଟ୍ରେ ପରିଷ୍କାର ହୋଇ ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯିବ । ଏହାକୁ ‘୧୪ ମିନିଟ୍ ମିରାକଲ୍’ କୁହାଯାଉଛି । ଆଜିଠାରୁ ଏହି ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀର ଆନନ୍ଦ ବଜାର, ଚେନ୍ନାଇ, ପୁରୀ ଏବଂ ଶିରିଡି ସମେତ ୨୯ଟି ସ୍ଥାନରେ ଲାଗୁ ହୋଇଛି। ପୂର୍ବରୁ ୪୫ ମିନିଟ ଲାଗୁଥିବା କ୍ଲିନିଂ ପ୍ରୋସେସ ଏବେ ମାତ୍ର ୧୪ ମିନିଟରେ ହୋଇପାରୁଛି। ସ୍ଵଚ୍ଛତା ହିଁ ସେବା ଅନ୍ତର୍ଗତ ସ୍ଵଚ୍ଛତା ପକ୍ଷରେ ଏହି କାର୍ଯ୍ୟକ୍ରମକୁ ନିୟମିତ ଆଧାରରେ ହାତକୁ ନେଇଛି ରେଳ ମନ୍ତ୍ରଣାଳୟ।
ସ୍ୱଚ୍ଛତା ପକ୍ଷରେ ରେଳ ମନ୍ତ୍ରଣାଳୟର ବଡ଼ ପଦକ୍ଷେପ। ମାତ୍ର ୧୪ ମିନିଟରେ ବନ୍ଦେ ଭାରତ ଏକ୍ସପ୍ରେସର ମିରାକଲ କ୍ଲିନିଂ। ଏବେ ମାତ୍ର ୧୪ ମିନିଟ ଭିତରେ ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ ହେଇପାରୁଛି ବନ୍ଦେ ଭାରତ। ଆଜିଠାରୁ ଆରମ୍ଭ ହୋଇଛି ୧୪ ମିନିଟର ମିରାକଲ କ୍ଲିନିଂ। ଦିଲ୍ଲୀର ଆନନ୍ଦ ବଜାର, ଚେନ୍ନାଇ, ପୁରୀ ଏବଂ ଶିରିଡି ସମେତ ଦେଶର ୨୯ଟି ସ୍ଥାନରେ ଆରମ୍ଭ ହୋଇଛି ଏହି କ୍ଲିନିଂ ଯୋଜନା। ଜାପାନର ବୁଲେଟ ଟ୍ରେନ ଭଳି ଖୁବ କମ ସମୟ ଭିତରେ ସଫା ହୋଇଯାଉଛି ଏହି ବନ୍ଦେ ଭାରତ ଏକ୍ସପ୍ରେସ। ବନ୍ଦେ ଭାରତର ୧୬ଟି କୋଚରେ ୩ ଜଣ ଲେଖାଏଁ ସଫେଇ କର୍ମଚାରୀ ମାନେ ରହିବା ସହ ତଳେ ଦୁଇଜଣ ସହାୟକ ରହୁଛନ୍ତି। ହାତରେ ବାଲ୍ଟି, ୱାଇପର, କ୍ଲିନର ଧରି ଫଟାଫଟ ଅର୍ଥାତ ଚମତ୍କାର ଭାବରେ ଟ୍ରେନଟିକୁ ଚିକ୍କଣ ଓ ପରିଷ୍କାର କରିପାରୁଛନ୍ତି ସଫେଇ କର୍ମଚାରୀ। ଯାହା ଆଗରୁ ୪୫ ରୁ ୫୦ ମିନିଟ ପର୍ଯ୍ୟନ୍ତ ଲାଗୁଥିଲା।
ପୂର୍ବତଟ ରେଳବାଇ ପକ୍ଷରୁ ପୁରୀରେ ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ଏହି ମିରାକଲ କ୍ଲିନିଂ ଟିମର ଲିଡ଼ ନେଇଥିଲେ ଡିଭିଜନାଲ ରେଲୱେ ମ୍ୟାନେଜର ଏଚ ଏସ ବଜୱା। ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ ଜରିଆରେ ୧୪ ମିନିଟ ମିରାକଲ କ୍ଲିନିଂ ପାଇଁ ଘୋଷଣା କରିଥିଲା ରେଳ ମନ୍ତ୍ରଣାଳୟ। ଷ୍ଟେସନରେ ଯାତ୍ରୀ ମାନେ ଓହ୍ଲାଇ ସାରିବା ପରେ ପ୍ରଶିକ୍ଷିତ ସଫେଇ କର୍ମଚାରୀ ମାନେ ଏହି କ୍ଲିନିଂ କାମ କରିବା ଫଳରେ ଖୁବ କମ ସମୟରେ ଏହା ହୋଇପାରିଛି। ଯାତ୍ରୀଙ୍କ ମତାମତ ନେଇ ଏହା ଉପରେ ଆହୁରୀ ଭଲ କରିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର।
ଗୋଟିଏ ପଟେ ସ୍ଵଚ୍ଛତା ପକ୍ଷ ଚାଲିଥିବା ବେଳେ ଅକ୍ଟୋବର ୧ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ସ୍ଵଚ୍ଛତା ପାଇଁ ୧ ଘଣ୍ଟାର ଶ୍ରମଦାନ କାର୍ଯ୍ୟ ଜାରି ରହିଛି। ୧୪ ମିନିଟର ଏହି କ୍ଲିନିଂ ପାଇଁ ପ୍ରସଂଶା ସାଉଁଟିଛି ରେଳ ମନ୍ତ୍ରଣାଳୟ। ସଫେଇ କର୍ମଚାରୀ ମାନଙ୍କ ଏଭଳି କ୍ଲିନିଂ ପ୍ରକ୍ରିୟାକୁ ଦେଖି ରେଳଯାତ୍ରୀମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି। ବନ୍ଦେଭାରତ ଏକ୍ସପ୍ରେସକୁ ଯେତେ ସ୍ୱଚ୍ଛ ଏବଂ ସୁନ୍ଦର ରଖାଯିବ ରେଳ ଯାତ୍ରୀ ଏହା ପ୍ରତି ଆହୁରି ଆକୃଷ୍ଟ ହେବେ ବୋଲ ଆଶା କରାଯାଉଛି।
Comments are closed.