ମୁମ୍ବାଇ: ନୀତେଶ ତିୱାରୀଙ୍କ ଡ୍ରିମ୍ ଫିଲ୍ମ ‘ରାମାୟଣ’ । ଏହି ଫିଲ୍ମକୁ ନେଇ ସେ ଦେଖିଥିବା ସ୍ୱପ୍ନ ଖୁବ୍?ଶୀଘ୍ର ପୂରଣ ହେବାକୁ ଯାଉଛି । ଏହି ଫିଲ୍ମରେ ରାମ ଓ ସୀତା ଭୂମିକାରେ ନଜର ଆସିବେ ବଲିଉଡ଼ ଅଭିନେତା ରଣବୀର କପୁର ଓ ସାଉଥ ଅଭିନେତ୍ରୀ ସାଇ ପଲ୍ଲଭୀ । ଏହି ଫିଲ୍ମ ପାଇଁ ପ୍ରଭୁ ରାମ ଏବଂ ମାତା ସୀତାଙ୍କ କାଷ୍ଟିଂ ଶେଷ ହୋଇଛି ।
ପୂର୍ବରୁ ଅଭିନେତ୍ରୀ ଆଲିଆ ଭଟ୍ଟ ମାତା ସୀତା ଭୂମିକାରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା, କିନ୍ତୁ ତାରିଖ ସିଡ୍ୟୁଲ ହେତୁ ଆଲିଆ ଫିଲ୍ମରୁ ବାହାର ହୋଇଯାଇଥିଲେ । ବର୍ତ୍ତମାନ ନିର୍ମାତା ରାମ, ସୀତାଙ୍କ ଭୂମିକା ପାଇଁ ରଣବୀର-ସାଇ ପଲ୍ଲଭୀଙ୍କୁ କାଷ୍ଟ କରିଛନ୍ତି । ଏଥିରେ ସାଉଥ ସୁପରଷ୍ଟାର ୟଶଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ । ନିତେଶ ତିୱାରୀ ତାଙ୍କ ଡ୍ରିମ୍ ଚଳଚ୍ଚିତ୍ର ‘ରାମାୟଣ’କୁ ଦୁଇ ଭାଗରେ କରିବାକୁ ଯୋଜନା କରୁଛନ୍ତି । ପ୍ରଥମ ଭାଗରେ ରଣବୀର କପୁର ଏବଂ ସାଇ ପଲ୍ଲଭିଙ୍କ ଉପରେ ଧ୍ୟାନ ଦିଆଯିବ । ୨୦୨୪ ଆରମ୍ଭରେ ‘ରାମାୟଣ’ ପ୍ରଥମ ଭାଗ ପାଇଁ ସୁଟିଂ ଆରମ୍ଭ ହେବ ।
Comments are closed.