Latest Odisha News

କିଏ ହେବେ ରାଜ୍ୟର ନୂଆ ଡିଜିପି, ଓଡ଼ିଶା ପାଇବ କି ପ୍ରଥମ ମହିଳା ଡିଜିପି?

ଭୁବନେଶ୍ୱର: ଡିସେମ୍ବର ୩୧ରେ ଶେଷ ହେଉଛି ଡିଜିପି ସୁନୀଲ କୁମାର ବଂଶଲଙ୍କ କାର୍ଯ୍ୟକାଳ। ତେଣୁ ଏବେ କିଏ ହେବେ ତାଙ୍କ ଉତ୍ତରାଧିକାରୀ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

୧୯୮୮ ବ୍ୟାଚର ମନୋଜ ଛାବ୍ରା ଓ ଅରୁଣ ରାୟଙ୍କ ପରେ ବରିଷ୍ଠତା ତାଲିକାରେ ୧୯୮୯ ବ୍ୟାଚର ଅଧିକାରୀ ବି ରାଧିକା ଓ ଏ ଏମ୍ ପ୍ରସାଦ, ୧୯୯୦ ବ୍ୟାଚର ଓ୍ୱାଇ ବି ଖୁରାନିଆ ଡିଜିପି ପଦ ପାଇଁ ରେସରେ ଆଗରେ ଥିବା କୁହାଯାଉଛି।

ନିର୍ଦ୍ଦେଶାବଳୀ ଅନୁସାରେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ତାଲିକାଭୁକ୍ତ ୩ ଜଣ ବରିଷ୍ଠ ଅଧିକାରୀଙ୍କ ମଧ୍ୟରୁ ରାଜ୍ୟ ସରକାର ଡିଜିପିଙ୍କୁ ଚୟନ କରିବେ। ରେକର୍ଡ଼, ଏବଂ ପୋଲିସ ଫୋର୍ସର ନେତୃତ୍ୱ ନେବା ପାଇଁ ଅଭିଜ୍ଞତାର ସୀମା, ଏହାବ୍ୟତୀତ ଅବସର ପୂର୍ବରୁ ସର୍ବନିମ୍ନ ଛଅ ମାସର ଚାକିରି ବାକି ଥିବା ଅଧିକାରୀ ଏହି ପଦବୀରେ ଚୟନ ପାଇଁ ୟୁପିଏସସି ଦ୍ୱାରା ତାଲିକାଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ।

ଓଡ଼ିଶା ବିଧାନସଭାର ଜଣେ ମହିଳା ବାଚସ୍ପତିଙ୍କୁ ଚୟନ କରିବା ପରେ ରାଜ୍ୟ ସରକାର ମହିଳା ସଶକ୍ତିକରଣ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରତିଷ୍ଠା କରିବା ପାଇଁ ପ୍ରଥମ ମହିଳା ଡିଜିପିଙ୍କ ପାଇଁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାଧିକା ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବା ବେଳେ ତାଙ୍କୁ ଏସଏସବି ନୂଆଦିଲ୍ଲୀର ଅତିରିକ୍ତ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ସେ ମଧ୍ୟ ଓଡ଼ିଶା କ୍ୟାଡରର ପ୍ରଥମ ମହିଳା ଆଇପିଏସ୍ ଅଫିସର।

ତେବେ ସୂତ୍ରରୁ ପ୍ରକାଶ ଯେ ଆସନ୍ତା ବର୍ଷ ଦୁଇଟି ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ବଂଶଲଙ୍କୁ କାର୍ଯ୍ୟକାଳ ବୃଦ୍ଧି କରିବାକୁ ମଧ୍ୟ ଚିନ୍ତା କରିପାରନ୍ତି।

Comments are closed.