ଭୁବନେଶ୍ୱର: ଜାନୁଆରୀ ଏକରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ପ୍ରଥମ ପ୍ରର୍ଯ୍ୟାୟ କାମର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଶନିବାର ଏହି ପ୍ରକଳ୍ପର ସମୀକ୍ଷା କରିଥିବା ନବୀନ ପଟ୍ଟନାୟକ ମୋଟ 5929 କୋଟି ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)କୁ ମଧ୍ୟ ଅନୁମୋଦନ କରିଛନ୍ତି। ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ଏବଂ ମେଟ୍ରୋ ରେଳ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ 5T ପଦକ୍ଷେପ ଭାବେ ଗ୍ରହଣ କରାଯିବ। ଚଳିତ ବର୍ଷ ପାଇଁ ସପ୍ଲିମେଣ୍ଟାରୀ ବଜେଟରେ 210 କୋଟି ଟଙ୍କା ପ୍ରଦାନ କରାଯାଇଛି।
ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ଛକ ଯାଏଁ ମୋଟ 20ଟି ଷ୍ଟେସନକୁ ସଂଯୋଗ କରିବ।
ଭୁବନେଶ୍ୱର ସହର ପାଇଁ ଏହା ଏକ ପ୍ରମୁଖ ବିକାଶ ହୋଇଥିବା ବେଳେ ଏହାର ସର୍ବସାଧାରଣ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବାରେ ସହାୟକ ହେବ। ମେଟ୍ରୋ ପ୍ରକଳ୍ପ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ସହରର ଅର୍ଥ ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହେବ।
Comments are closed.