କଟକ-ଅନୁଗୋଳ-ସମ୍ବଲପୁର ରାଜପଥ ଓ ତାଳଚେର-କାମାକ୍ଷାନଗର ବାଇପାସ ଖୁବ ଶୀଘ୍ର ଶେଷ ହେବ- ପ୍ରତିଶ୍ରୁତି ଦେଲେ ପରିବହନ ମନ୍ତ୍ରୀ
ନୂଆଦିଲ୍ଲୀ: ଜାତୀୟ ରାଜପଥ ପ୍ରକଳ୍ପ ପ୍ରସଙ୍ଗ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀଙ୍କ ସହ କଟକ-ଅନୁଗୋଳ-ସମ୍ବଲପୁର ରାଜପଥ, ରିଙ୍ଗ୍ ରୋଡ୍, କୋଷ୍ଟାଲ ହାଇଓ୍ୱେ, ରାଜଧାନୀ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନେଇ ଆଲୋଚନା କରିଛନ୍ତି । ଏହାସହ ତାଳଚେରରୁ କାମାକ୍ଷାନଗର ବାଇପାସ କାମ ଶୀଘ୍ର ଶେଷ କରିବା ଉପରେ ମଧ୍ୟ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଲୋଚନା ପରେ ଏ ନେଇ ଟୁଇଟ କରି ସୂଚନା ମଧ୍ୟ ଦେଇଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି , ଏନଏଚଏଆଇ ପ୍ରକଳ୍ପ ଗୁଡ଼ିକର ଆଲାଇନମେଣ୍ଟ, ଟେଣ୍ଡର ପ୍ରକ୍ରିୟା,ପରିବେଶ ମଞ୍ଜୁରୀ ଏବଂ ଅନ୍ୟାନ୍ୟ ସମସ୍ୟା ଉପରେ ପରିବହନ ମନ୍ତ୍ରୀ ଗଡକରୀଙ୍କ ସହ ଆଲୋଚନା ହୋଇଛି । ଏହାସହ ଏହି ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଏନଏଚ୍ -୫୫ ଅନ୍ତର୍ଗତ ଦୁଇଟି ପ୍ୟାକେଜରେ ନିର୍ମାଣାଧୀନ କଟକ – ଅନୁଗୋଳ ରାଜପଥର ଅଗ୍ରଗତି, ଅନୁଗୋଳ- ସମ୍ବଲପୁର ସେକ୍ସନ, ଏନଏଚ-୫୩ ଅନ୍ତର୍ଗତ ତାଳଚେରରୁ କାମାକ୍ଷାନଗର ବାଇପାସ, ସମ୍ବଲପୁର ରିଙ୍ଗ୍ ରୋଡ, ଓଡ଼ିଶା କୋଷ୍ଟାଲ ହାଇଓ୍ୱେ ଏବଂ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ କାର୍ଯ୍ୟର ଅଗ୍ରଗତି ଓ ନିର୍ମାଣ କାର୍ଯ୍ୟ ନେଇ ମଧ୍ୟ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ପରିବହନ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ଟୁଇଟ କରି ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ।
Comments are closed.